ହେଡଲାଇନସ୍:

ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଐକ୍ୟବଦ୍ଧ ସଂଗ୍ରାମ ହିଁ ଏକମାତ୍ର ପନ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୋଲି ଅବସରରେ ନେତାଜୀ ଭବନ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

ଭୁବନେଶ୍ୱର:  ରଙ୍ଗର ପର୍ବ ହୋଲି ଅବସରରେ ସନ୍ଧ୍ୟାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ନେତାଜୀ ଭବନ ପରିସରରେ  ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା l ଇଷ୍ଟ କୋଷ୍ଟ ରେଳବାଇ ଜୋନ ରୁ ୱାଲଟିଅର ଡିଭିଜନ କୁ କାଢିନିଆଯାଇ ବିଶାଖାପାଟଣା ଡିଭିଜନରେ ମିଶ୍ରଣ ପରେ ଇଷ୍ଟ କୋଷ୍ଟ ରେଳବାଇ ଜୋନ ଦୁର୍ବଳ ହୋଇଛି l ଅନ୍ୟପଟରେ ଓଡିଶା ମାନଚିତ୍ର ମଧ୍ୟରେ ଥିବା ଝାରସୁଗୁଡା, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ ଆଦି ଅଂଚଳ ଯାହା ଅନ୍ୟରାଜ୍ୟରେ ଥିବା ରେଳ ଜୋନ ମାନଙ୍କରେ ରହିଛି ସେଗୁଡିକୁ ଇଷ୍ଟ କୋଷ୍ଟ ରେଳବାଇ ଜୋନରେ ମିଶ୍ରଣ କରିବା, ଗୋଦାବରୀ ନଦୀ ଉପରେ ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପ ର ଉଚ୍ଚତା ବୃଦ୍ଧି ଫଳରେ ମାଲକାନଗିରି ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳ ଜଳାର୍ଣ୍ଣବ ହେବା ଓ ଲକ୍ଷାଧିକ ଲୋକ ବାସଚ୍ୟୁତ ହେବାର ସମ୍ଭାବନା କୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ କରି ମାଲକାନଗିରି ଜିଲ୍ଲାବାସୀଙ୍କୁ ନିଶ୍ଚିତ ବିପତ୍ତି ରୁ ରକ୍ଷା କରିବା, ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହ କୁ ବର୍ଷସାରା ସ୍ୱାଭାବିକ କରିବା, ରତ୍ନଗର୍ଭା ଓଡ଼ିଶାର ପ୍ରାକୃତିକ ସମ୍ପଦର ସଫଳ ବିନିଯୋଗ କରି ଓଡ଼ିଶାର ବେକାର ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ସମେତ ଅନ୍ୟାନ୍ୟ ଜ୍ୱଳନ୍ତ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇ ସମସ୍ୟା ଗୁଡିକର ସମାଧାନ ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆଲୋଚନା କରିବା ସହ ଓଡିଶା ରାଜ୍ୟ ଓ ରାଜ୍ୟ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l  ଉପରୋକ୍ତ ଦାବି ନେଇ ଆସନ୍ତା ଅପ୍ରିଲ ଶେଷ ସପ୍ତାହରେ ଭୁବନେଶ୍ୱର ଠାରେ ଏକ ଗଣ କନଭେନସନ ସଂଗଠିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପଦକ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିନା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡଵ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରସ ନେତା ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶଶୀ ଭୂଷଣ ବେହେରା, ପୂର୍ବତନ ବିଧାୟକ ତଥା ବରିଷ୍ଠ ସିପିଆଇ ନେତା ଏନ. ନାରାୟଣ ରେଡ୍ଡୀ, ସିପିଆଇ(ଏମ ) ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ସିପିଆଇ(ଏମ. ଏଲ)ଲିବାରେସନ ର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ମହେନ୍ଦ୍ର ପରିଡା, ଏନ.ସି.ପି ର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମତା କ୍ରାନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରାୟ ଙ୍କ ସମେତ  ଫରୱାର୍ଡ଼ ବ୍ଲକ ରାଜ୍ୟ ସଭାପତି ପୂର୍ଣଚନ୍ଦ୍ର ପାଢ଼ୀ, ସିପିଆଇ(ଏମ. ଏଲ) ରେଡଷ୍ଟାର ର ସମ୍ପାଦିକା ପ୍ରମିଳା, ଆରଜେଡି ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ 10 ତାରିଖ ଦିନ ଦିଲ୍ଲୀ ସଂସଦ ଭବନ ସମ୍ମୁଖରେ ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଉପରୋକ୍ତ ଦାବିନେଇ ଅନୁଷ୍ଠିତ ହେଉଥିବା ପ୍ରତିବାଦ ଧାରଣା କାର୍ଯ୍ୟକ୍ରମରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱମାନେ ଯୋଗଦେଇ ବକ୍ତବ୍ୟ ରଖିବାକୁ ଆହ୍ୱାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ମହାନଦୀ ସୁରକ୍ଷା ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ଇଷ୍ଟ କୋଷ୍ଟ ରେଳବାଇ ର ପୂର୍ବତନ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ, ସାମାଜିକ କର୍ମୀ ମାନସ ଜେନା, ପ୍ରସନ୍ନ ବିଶୋଇ, ଅରୁଣ ଜେନା,ତନବୀର ଅଲମ ଖାନ,ମାନସ ପଟ୍ଟନାୟକ, ମିର ଅହମଦ ଅଲ୍ଲୀ, କୃଷ୍ଣ ଚନ୍ଦ୍ର ନାୟକ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ, ଚିଦାନନ୍ଦ ଜେନା, ସୁନୀଲ କୁମାର ଜେନା, ଶ୍ରୀମା ଶତପଥି, ଦେବାଶିଷ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ l

0
0
0
s2sdefault