ହେଡଲାଇନସ୍:

ଲକ୍ଷାଧିକ ଟଙ୍କା ର ଖଇର କାଠ ସହ ଟ୍ରାକ୍ଟର ଜବତ: ଜଣେ ଅଭିଯୁକ୍ତ ଗିରଫ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଲକ୍ଷାଧିକ ଟଙ୍କା ର ଖଇର କାଠ ସହ ଟ୍ରାକ୍ଟର ଜବତ କରିଛି ପଦ୍ମପୁର ବନ ବିଭାଗ। ଚୋରା ଚାଲାଣ ହେଉଥିବା ଖବର ପାଇ ପଦ୍ମପୁର ବନବିଭାଗ ର କର୍ମଚାରୀ ମାନେ ଡାଙ୍ଗବାହାଲ ରେ ଚଢାଉ କରି ୨ ଟନ ୧୫୦ କେଜି ଖଇର କାଠ ସହ ବ୍ୟବହୃତ ଟ୍ରାକ୍ଟର ନମ୍ବର (ଓଡି ୧୭ ଜେ୦୭୧୩) ଓ ଟ୍ରଲି (ଓଡି ୧୭ ଜେ ୦୭୧୪) କୁ ଜବତ କରିବା ସହ ଅଭିଯୁକ୍ତ ତୀର୍ଥ ସାହୁ (୪୨) କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ଜବତ କାଠ ର ଆନୁମାନିକ ମୂଲ୍ଯ ୧ ଲକ୍ଷ ୭୫୦୦ ଟଙ୍କା ହେବ ବୋଲି ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି। ଚଢାଉ ସମୟରେ ଫରେଷ୍ଟର ଅଶ୍ୱିନୀ ଭୋଇ, ଝରଣା ସାହୁ , ସ୍କ୍ୱାର୍ଡ ଗଣେଶ ସାହୁ, ଚନ୍ଦନ ପଧାନ ଓ ବାସୁଦେବ ସାହୁ ପ୍ରମୁଖ ସାମିଲ ଥିଲେ।

0
0
0
s2sdefault