ହେଡଲାଇନସ୍:

"ଦୋଳ ଉତ୍ସବ" ଉଦଯାପିତ : ମୁଖ୍ୟ ଆକର୍ଷଣ କୁନି କୁନି ପିଲାଙ୍କ ରାଧାକୃଷ୍ଣ ବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ ଦିନ ଧରି ଚାଲିଥିବା ଦୋଳ ଉତ୍ସବ ଆଜି (ଶନିବାର) ଉଦଯାପିତ ହୋଇଯାଇଛି।
ଉଦଯାପନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ,୩୦ ଜଣରୁ ଉର୍ଦ୍ଧ୍ବ କୁନିକୁନି ପିଲାମାନେ ରାଧାକୃଷ୍ଣ ବେଶରେ ଅଂଶ ଗ୍ରହଣ କରିଥିଲେ।
ରାଧା ବେଶରେ ପ୍ରତିଯୋଗିତାରେ ଅନନ୍ୟା ପ୍ରଧାନ ପ୍ରଥମ ହୋଇଥିବା ବେଳେ କୃଷ୍ଣ ବେଶ ପ୍ରତିଯୋଗିତାରେ ପ୍ରିୟାନ୍ସୁ ଦାଶ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ରାଧାକୃଷ୍ଣ ପ୍ରତିଯୋଗିତାରେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀମତୀ ବିଷ୍ଣୁପ୍ରିୟା ଜେନା , ଅରୁପାଞ୍ଜଳୀ ମହାନ୍ତି ବିଚାରକ ଭାବେ ରହିଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଅରୁପାଞ୍ଜଳୀ ମହାନ୍ତିଙ୍କ ସଂଯୋଜନାରେ ପାରଳାର ଅଗ୍ରଣୀ ଓଡିଶୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡିଶୀ , ମାହାରୀ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।
ଦୋଳ ଉତ୍ସବର ଉଦଯାପନୀ ସଂଧ୍ୟାରେ ଭାରତ ଭୂଷଣ ମହାନ୍ତି , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault