ହେଡଲାଇନସ୍:

ଏଣ୍ଡୋମେଣ୍ଟ ବୋର୍ଡ ତଥା ସରକାର ଦୃଷ୍ଟି ଦେବେ କି?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)। ଖଲ୍ଲିକୋଟ:୧୫/୩, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ମଥୁରା ପଞ୍ଚାୟତର ବି, ନୂ ଆପଲ୍ଲୀ ରେ ଜଗନ୍ନାଥଙ୍କ ନାମରେ ଥିବା , ପଡିଆ ଜମିରେ ଏକ ପୁଷ୍କରିଣୀ ଖୋଳା ଯିବାର ନଜରକୁ ଆସିଛି ।ଉକ୍ତ କାର୍ଯ୍ୟ ର ନାମ ଫଳକ ରେ ଅଛି,ବେଲେଶ୍ୱର ପୋଖରୀ ସୈ।ନ୍ଦର୍ଯ୍ୟକରଣ । ଖବର ନେବାରୁ ଜଣାପଡିଛି ଯେ,ଉକ୍ତ କାର୍ଯ୍ୟ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆନୁକୁଲ୍ୟରେ ଆରମ୍ଭ ହୋଇଥିଲା। କିନ୍ତୁ ବିଶେଷ ସୂତ୍ରରୁ ଖବର ପାଇ, ମନ୍ଦିର ସମୂହ କାର୍ଯ୍ୟାଳୟ ର କାର୍ଯ୍ୟ ରତ ଶରତ ଚନ୍ଦ୍ର ଗଉଡ , ସେଠାରେ ପହଞ୍ଚି ବାରଣ କରିଥିଲେ। ଏବଂ ସ୍ଥାନୀୟ ଖଲ୍ଲିକୋଟ ତହସିଲଦାର ଙ୍କୁ ଖବର ଦେଇଥିଲେ, ତହସିଲଦାର,R I, ଅମିନ ଙ୍କୁ ପଠାଇ କାମ ବନ୍ଦ କରିଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟ ର କଥା, ଵିନାଟ୍ରେସ୍ ମେପ୍ ରେ , ସ୍ଥାନ ନିରୂପଣ ନକରି, ବ୍ଲକ୍ ଅଧ୍ୟକ୍ଷା,ବିଡିଓ କିପରି ପ୍ରକଳ୍ପ ଅଟକଳ ପରିମାଣ ଦଶ ଲକ୍ଷ ମଞ୍ଜୁର କରିଛନ୍ତି ? ସରପଞ୍ଚ ଓ ଗ୍ରାମ ବାସୀ ମାନେ ଆଗରୁ ଏଜମିଉପରେ ଅବଗତ କରାଇଛନ୍ତି ନା ନାହିଁ । ଆଜି ଯଦି ସ୍ବର୍ଗତ ରାଣୀ ସାହେଵା ଜୀବିତ ଥାନ୍ତେ , ତାହା ହେଲେ ଏମାନେ ସାତ ଶେଣାରେ ପାଣିପିଇ ଥାନ୍ତେ । ଖତିୟାନ କ୍ରମିକ ନଂ ୩୭ କୁ ଅନୁଧ୍ୟାନ କଲେ ଜଣାଯାଏ, ଯେ ଉକ୍ତ ପ୍ଲଟ ହେଉଛି, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ଖଲ୍ଲିକୋଟ ମାରଫତ୍ ଟ୍ରଷ୍ଟି ବା ସୁଜ୍ଞାନୀଦେଵୀ ସ୍ବାମୀ-ପୂର୍ଣ୍ଣଚନ୍ଦ୍ର ଦେଓ, ଚନ୍ଦ୍ର ପ୍ରିୟା ଦେଓ ସ୍ବାମୀ -ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ବୋଲି ପଟ୍ଟାରେ ଉଲ୍ଲେଖ ଅଛି। ପ୍ରଶାସନିକ ସ୍ତରରେ ଏହାକୁ ଗୁରୁତ୍ୱ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିବାପାଇଁ ଜନସାଧାରଣ ଙ୍କ ନିବେଦନ । ସୂଚନାଯୋଗ୍ୟ ଯେ, କେତେକ ଧୃତ ବ୍ୟକ୍ତି ସରକାର ଜମି ସହିତ ଦେବୋତ୍ତର ଜମି ନିଜ ଅକ୍ତିଆର ରେ ରଖିଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି।

0
0
0
s2sdefault