(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା: ଆଜି ସ୍ଥାନୀୟ ଖଲ୍ଲିକୋଟ ର ନିର୍ମଳ ଝର ଠାରେ ହରିହର ଭେଟ ହୋଇଛି । ଏଅଵସରରେ ଦେଖିବାକୁ ମିଳିଛି ଯେ, ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣ ବାହାରି ନଗର ପରିକ୍ରମା କରି ପନ୍ତି ଭୋଗ ସମର୍ପଣ କରାଯାଇଥିଲା। ତାପରେ ନିର୍ମଳ ଝର ରେ ଦୋଳମଣ୍ଡପ ରେ ଅବତୀର୍ଣ୍ଣ ହୋଇ ଥିଲେ । ଆଜିମଧ୍ୟ ଖଲ୍ଲିକୋଟ ରୁ ବାବା ଅମରେଶ୍ଵର, ବାବା ବରାଳ ବାଲୁଙ୍କେଶ୍ୱର ଵିଜେ ନୀଳକଣ୍ଠେଶ୍ଵର ଙ୍କ ଭେଟ ହୋଇଛି ।
ଆଜିର ଏ ଉତ୍ସବରେ ଵହୁଦୂରାନ୍ତରୁ ଭକ୍ତ ମାନଙ୍କ ଭିଡ ଲାଗିରହିଥିବା ଜଣାପଡିଛି। ଏଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।
ରାଜ୍ୟ
ଖଲିକୋଟ ନିର୍ମଳ ଝର ରେ ଦୋଳପୂର୍ଣ୍ଣିମା ଉତ୍ସବ ।
- Hits: 10