ପାଟଣାଗଡ- ଶାସକ ପ୍ରଶାସକ(ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅଞ୍ଚଳ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାର ଇଟାଭାଟି ଉପରେ ନିଷେଧାଦେଶ ଜାରୀ ରଖିଛନ୍ତି ! ଇଟାଭାଟି ପାଇଁ ରାଜସ୍ବ ବିଭାଗ ରୁ ପୂର୍ବ ଅନୁମତି ନେବା ବାଧ୍ଯତା ମୂଳକ କରା ଯାଇଛି ! କିନ୍ତୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ର ବିଭିନ୍ନ ଗ୍ରାମରେ ଶହ ଶହ ବେଆଇନ୍ ଇଟାଭାଟି ଯୋଗୁ ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ! ପାଟଣାଗଡ଼, ଖପ୍ରାଖୋଲ, ବାଘମୁଣ୍ଡ, ବେଳପଡା ଅଞ୍ଚଳରେ ବେଆଇନ ଭାବରେ ଇଟାଭାଟି ଦିନ ଦ୍ବିପହରେ ପୋଡା ଚାଲିଥିଲେ ମଧ୍ଯ ପ୍ରଶାସନର ନିରବତା ଯୋଗୁଁ ବେଆଇନ ଇଟାଭାଟି ଉପରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଛି ! ଯାହା ଫଳରେ ଇଟାଭାଟି ମାଳିକ ମନ ଇଚ୍ଛା ରାଜ୍ଯ ତଥା ରାଜ୍ଯ ବାହାର ଶ୍ରମିକ ମାନଙ୍କୁ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସୁଯୋଗ ପାଉଛନ୍ତି ! ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳରେ ଏ ପରି କି ବିଭିନ୍ନ ମୁଖ୍ଯ ରାସ୍ତା କଡରେ ମଧ୍ଯ ଶହ ଶହ ବେଆଇନ ଇଟାଭାଟି ଗଢ଼ା ଓ ପୋଡା ଚାଲିଥିବା ଦେଖା ଯାଇଛି ! ପୂର୍ବରୁ ଇଟାଭାଟି ପୋଡିବା ପାଇଁ ଇଟା ବ୍ଯବସାୟ କାଠ ବ୍ଯବହାର କରୁଥିଲେ ! ବର୍ତ୍ତମାନ ମଧ୍ଯ ଅନେକ ଜାଗାରେ ଶହ ଶହ ଇଟାଭାଟି ରେ ଅନେକ ବଡ ବଡ କାଠ ଗଣ୍ଡି ଦେଖିବାକୁ ମିଲୁଛି ତଥାପି ବନ ବିଭାଗ କଡା ଆଇନ୍ ଯୋଗୁଁ ଅଧିକାଂଶ ଇଟାଭାଟିରେ ପଥର କୋଇଲା କିମ୍ବା ମିଲ୍ ଗୁଡିକରୁ ବାହାରୁ ଥିବା ମୋଟା କୁଣ୍ଡା ବ୍ଯବହାର କରା ଯାଉଛି ! ବିପୁଳ ପରିମାଣରେ ପଥର କୋଇଲା ବ୍ଯବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ଉତ୍ତାପ ଚିନ୍ତାଜନକ ବୃଦ୍ଧି ପାଉଛି ପଥର କୋଇଲା ପରିବହନ ରେ ମଧ୍ଯ କଟକଣା ଲାଗିବା ଯାହା ଫଳରେ ଲୋକେ ଅଧିକାଂଶ ଇଟାଭାଟି ରେ ମୋଟା କୁଣ୍ଡା ବ୍ଯବହାର କରୁଥିବା ଦେଖା ଯାଇଛି ! ସରକାର କୋଠା ନିର୍ମାଣ ପାଇଁ ମାଟି ତିଆରି ଇଟା ବ୍ଯବହାର ନିଷେଧ କରା ଯାଇଛି ! ଏହା ସତ୍ତ୍ବେ କିଛି ଲୋକ ବ୍ଯକ୍ତିଗତ ନିର୍ମାଣ ପାଇଁ ମାଟି ଇଟା ବ୍ଯବହାର କରୁଛନ୍ତି ! ଇଟା ତିଆରି ପାଇଁ ଆବଶ୍ଯକ ମାଟି, ପାଣି, ବାଲି ସହ ଭାଟି ପୋଡିଥିବା ଜମି ଆଦି ପାଇଁ ମଧ୍ଯ ବିଧିବଦ୍ଧ ଭାବରେ ତହସିଲଦାର ଠାରୁ ପୂର୍ବ ଅନୁମତି ନେବା ବାଧ୍ଯମୂଳକ କିନ୍ତୁ ପାଟଣାଗଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ଅଧିକାଂଶ ଇଟାଭାଟି ରେ ଏହାର ଘୋର ବ୍ଯତିକ୍ରମ ହେଉଛି ଇଟାଭାଟିରେ କେତେ ମାଟି ବ୍ଯବହାର ହେବ , କେତେ ପାଣୀ ଲାଗିବ , କେତେ ଇଟା ପୋଡା ହେବ ସେସବୁ ପାଇଁ ଅନୁମତି ନେବା ବାଧ୍ଯତାମୂଳକ ହେଲେ ଲୋକେ ମନ ଇଚ୍ଛା ନିଜ ନିଜ ଜମିରେ କିମ୍ବା ପଡୋଶା ଲୋକଙ୍କ ଜମିରେ ବିନା ଅନୁମତିରେ ଇଟାଭାଟି ପୋଡୁଛନ୍ତି ! ଯାହା ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ହାନି ହେବା ସାଂଗକୁ ପରିବେଶ ପ୍ରଦୂଷଣ ହେଉଅଛି ! ସରକାର ଏ ଭଳି ବେଆଇନ କାର୍ଯ୍ଯକୁ ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଲେ କିଛି ସରକାରୀ କର୍ମଚାରୀ ମାନଙ୍କ ଛତ୍ରଛାୟା ତଲେ ରହି ଇଟାଭାଟି ମାଳିକ ମାନେ ଦିନ ଦ୍ବିପହରରେ ବେଆଇନ କାର୍ଯ୍ଯ କରୁଥିବା ଦେଖିବାକୁ ମିଲୁଛି ! ଜିଲ୍ଲା ପ୍ରଶାସନ ଏଠି ପ୍ରତି ତୁରନ୍ତ ବେଆଇନ୍ ଇଟାଭାଟି ପୋଡୁଥିବା ମାଳିକ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ଯନୁଷ୍ଠାନ ନିଆ ଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ! ତା ସହିତ ମୂଲ୍ଯବାନ୍ ଜଙ୍ଗଳ ସମ୍ପଦର ସୁରକ୍ଷା ପାଇଁ ଯତ୍ନବାନ୍ ହେବାକୁ ଏଠି ମତ ପ୍ରକାଶ ପାଉଛି !
ରାଜ୍ୟ
ଦିନରେ ବଢୁଛି ତାତି , ରାତିରେ ଜଳୁଛି ଇଟାଭାଟି
- Hits: 7