ସବୁ ଜାଣି ବି କିଛି ନଜାଣିଲା ଭଳି ଅଭିନୟ କରୁଛି ପୋଲିସ ପ୍ରଶାସନ |
ନବରଙ୍ଗପୁର,ଝରିଗାଁ, ଅଶୋକ ସାହୁ, ଶାସକ ପ୍ରଶାସକ ୧୦/୦୩-ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ବ୍ଲକ ଏବେ ଖୁଡ଼ଖୁଡି ମାଫିଆ ମାନଙ୍କ ରାଜ ଦେଖିବାକୁ ମିଲୁଛି |ବର୍ତମାନ ବ୍ଲକର ବିଭିନ୍ନ ଗ୍ରାମରେ ବିଭିନ୍ନ ସମୟରେ ଶିବରାତ୍ରୀ ସବୁ ପାଳିତ ହେଉଥିବା ବେଳେ ଖୁଡ଼ଖୁଡି ମାଫିଆମାନେ ପସରା ମେଲେଇ ସାଧାରଣ ଲୋକଙ୍କୁ ଲୁଟି ଚାଲିଛନ୍ତି |ଯାତ୍ରା ଦେଖିବାକୁ ଆସୁଥିବା ନିରୀହ ଆଦିବାସୀମାନେ ଏମାନଙ୍କ ଚଂଗୁଲରେ ପଡି ସର୍ବସ୍ୱାହା ହୋଇ ନିରାଶ ହୋଇ ଘରକୁ ଫେରିବା ପରେ ଘରେ ଘରେ ଅପ୍ରିତିକର ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଲୁଛି |ପୋଲିସ ପ୍ରଶାସନ ଖୁଡ଼ଖୁଡି ମାଫିଆ ମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି |କୌଣସି ଗ୍ରାମରେ ବଜାର ମଣ୍ଡେଇ ହେଉଥିବା ଖବର ପାଇବା କ୍ଷଣି ଏହି ଖୁଡ଼ଖୁଡି ମାଫିଆ ମାନେ ଥାନାକୁ ଯାଇ ଖେଳ ପକେଇବା ପାଇଁ ଥାନାଵାଲା ମାନଙ୍କ ସହିତ ଶଳାସୁତରା ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି |ପୋଲିସ ପ୍ରଶାସନର ଛତ୍ରଛାୟା ତଳେ ରହି ଖୁଡ଼ଖୁଡି ମାଫିଆମାନେ ନିର୍ଭୟରେ ଲୋକଙ୍କୁ ଲୁଟୁଛନ୍ତି |ପୋଲିସ ପ୍ରଶାସନ ଏଭଳି ଅସାମାଜିକ କାର୍ଯ୍ୟ କଳାପକୁ କେମିତି ପ୍ରଶୟ ଦେଉଛି? ତାହା ସାଧାରଣ ଲୋକଙ୍କୁ ଚକିତ କରି ଦେଇଛି |ଏହି ଖେଳ ପଡୁଥିବା ସ୍ଥାନ ଗୁଡିକରେ ଅନେକ ସମୟରେ ଗଣ୍ଡଗୋଳ ମାରପିଟ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଏହି ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାକୁ କୌଣସି ଠୋସ ପଦକ୍ଷେପ ନେଉନଥିବା ଚିନ୍ତାର ବିଷୟ ପାଲଟିଛି |ଉକ୍ତ ଅସାମାଜିକ କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଆଗେଇ ଆସିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି |ଯଦି ଜିଲ୍ଲା ପୋଲିସ କୌଣସି ପଦକ୍ଷେପ ନନିଏ ତେଵେ ଆଗକୁ ସମାଜରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି |