ହେଡଲାଇନସ୍:

ବିଷିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତିସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ବ୍ରହ୍ମଗିରିର କୃଷ୍ଣପ୍ରସାଦ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତି ସଭା ସହଦେବପୁର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସଫଳ କୃଷକ, ସୁସଂଗଠକ ଭାବେ ପରିଚିତ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ସ୍ବର୍ଗତ ପରିଡା ପୁରୀଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡାଙ୍କର ପିତା ଅଟନ୍ତି । ଏଥିରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ତରାଇ, ପୂର୍ବତନ ବିଧାୟକ ସଞ୍ଜୟ ଦାଶବର୍ମା,ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ, ଅନେକ ଶିକ୍ଷକ ଓ ଅଞ୍ଚଳବାସୀ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି କହଳପଦା ପଞ୍ଚାୟତର ଗୋମୁଣ୍ଡି ଠାରେ ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଥିଲା ।

0
0
0
s2sdefault