ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ , ମାନ୍ୟବର ସାଂସଦ ବ୍ରହ୍ମପୁର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲା ପରିଷଦ ଗଜପତି , ଶ୍ରୀ ଦାଶରଥି ଗମାଙ୍ଗ , ମାନ୍ୟବର ବିଧାୟକ ମୋହନା , ଶ୍ରୀ ରୁପେଶ ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି , ଶ୍ରୀ ବିଜୟ କୁମାର ଦାଶ , ଜିଲ୍ଲାପାଳ , ଗଜପତି , ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ପ୍ରମୁଖ ମଞ୍ଚାସିନ ରହିଥିଲେ।
ଏହା ସହିତ ବୈଠକରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ ପାରଳାଖେମୁଣ୍ଡି ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ , ଅଧ୍ୟକ୍ଷା , ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ଜିଲ୍ଲାପାଳ , ଗଜପତି ଦିଶା କମିଟି ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଏବଂ ସଭ୍ୟ ସଭ୍ୟା , ଅଧ୍ୟକ୍ଷ , ଅଧ୍ୟକ୍ଷାଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନର ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।
ମାନ୍ୟବର ସାଂସଦ ବ୍ରହ୍ମପୁର କହିଥିଲେ ଯେ କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ , ବିଭିନ୍ନ ଯୋଜନାର ସଫଳତା ଲକ୍ଷ୍ୟ ଧାର୍ଯ୍ୟ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ବିଷୟ ବସ୍ତୁ ଅନୁଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ଏହି ବୈଠକରେ କେନ୍ଦ୍ରୀୟ ଯୋଜନାର ମନରେଗା , ଦିନ ଦୟାଲ ଅନ୍ତୋଦୟ ଯୋଜନା , ଗ୍ରାମୀଣ କୌଶଳ , ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ ଓ ସହର) , ସ୍ବଚ୍ଛ ଭାରତ ମିଶନ , ଜାତୀୟ ପାନୀୟ ଜଳ ଯୋଜନା , ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା , ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ମହିଳା ଓ ଶିଶୁ ବିକାଶ ଯୋଜନା , ମଧ୍ୟାହ୍ନ ଭୋଜନ , ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା , କୃଷି , ସ୍ବାସ୍ଥ୍ୟ କାର୍ଡ , କୌଶଳ ବିକାଶ ଯୋଜନା , ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା , ପ୍ରଧାନ ମନ୍ତ୍ରୀ ଆୟୁଷ ମାନ ଯୋଜନା , ଟେଲିକମ୍ ସମେତ ଅନ୍ୟ ଯୋଜନା ଗୁଡିକୁ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଯୋଜନାରେ ଲାଭ ପାଉଥିବା ହିତାଧିକାରୀ , ଯୋଜନାର ଅଗ୍ରଗତି , ସଫଳତା , ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିବା ସହ ଜିଲ୍ଲାରେ ଏହି ସମସ୍ତ ଯୋଜନା ର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ , ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ କହିଥିଲେ।
ସେହିପରି ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ଟାୱାର ନିର୍ମାଣ କରିବା , କ୍ଷୁଦ୍ର ଜଳ ସେଚନ , ପୋଷଣ ଯୋଜନା , ବିଦ୍ୟୁତିକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଗଜପତି ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନୁଦାନ ଅର୍ଥର ସଠିକ୍ ବିନିଯୋଗ କରି ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା କୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନା ର ହିତାଧିକାରୀ ମାନେ ନିଶ୍ଚୟ ସଫଳତା ପାଇପାରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି।

0
0
0
s2sdefault