ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ସୋମବାର) ଜିଲ୍ଲା ପ୍ରଶାସନ ISRD NGO ଏବଂ NMYCS NGO ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ଅଧ୍ୟକ୍ଷତା କରିବା ସହ ଏହି ପ୍ରଶିକ୍ଷଣ କାର୍ଯକ୍ରମଟିକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅନୁପ ପଣ୍ଡା ଉପ ଜିଲ୍ଲାପାଳ ଯୋଗ ଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ଏବଂ ମହିଳା ସଶକ୍ତି କରଣ ବିଷୟରେ ଆଲୋକପାତ କରାଇଥିଲେ।
ଆଜିର ଏହି ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯକ୍ରମରେ ଆଇଏସଆରଡ଼ି ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ , GM DIC , District Employment Officer , ଜିଲ୍ଲା କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , NMYCS ର ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଆଦି ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ଡିଜିଟାଲ୍ କୌଶଳ ଏବଂ ପ୍ରସ୍ତୁତିଜ୍ଞାନ , ଆଇନି ଅଧିକାର ଏବଂ ସଚେତନତା , ବଜାର ପ୍ରବେଶ , ଆର୍ଥିକ ଜ୍ଞାନ ଏବଂ ସଶକ୍ତିକରଣ ବିଷୟରେ ତାଲିମ ପ୍ରଦାନ କରିବା ସହ ଏହି ଦିବସର ବାର୍ତା Accelerate।Action” କାର୍ଯ୍ୟ କ୍ଷେତ୍ରରେ ତୀବ୍ରତା ବିଷୟରେ ଆଲୋକପାତ କରାଇଥିଲେ।
ସୁପେରଭାଇଜର , ଅଙ୍ଗନବାଡି କର୍ମୀ , ଏସ୍ ଏଚ୍ ଜି ମହିଳା , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ଶକ୍ତିସଦାନର କର୍ମକର୍ତ୍ତା , ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର ସମସ୍ତ କର୍ମଚାରୀ , child Helpline ର କର୍ମଚାରୀ , DCPU unit ର କର୍ମଚାରୀ , ଅରୁଣାର District Coordinator , Actionaid ର District Coordinator ପ୍ରମୁଖ ଏହି ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯକ୍ରମରେ ଯୋଗ ଦେବାସହ ପରିଚାଳନା କରିବାରେ ସହଯୋଗ କରିଥିଲେ।
ପରିଶେଷରେ ଶ୍ରୀମତୀ ସାରଳା ପାତ୍ର , ମହିଳା ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ।
ରାଜ୍ୟ
"ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ
- Hits: 8