ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଗୁଣୁପୁର ସହରର ନିଳାଦ୍ରୀ ବିହାର ଲେନ୍ -୩ ଥିବା ଏ ମ୍ ପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସଂସ୍କୃତି 8.0 ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଗୁଣୁପୁର ଆଦର୍ଶଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ଵି. ଆର. ସି. ସି, ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ଗଣେଶ ବିଶ୍ୱାଳ, ସମାଜସେବୀ ଶ୍ରୀମତୀ ପ୍ରତିଭା ରଥ, ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଅନିମୁ ସୂରିୟା ଏବଂ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଦେବୀ ମଞ୍ଚାସୀନ ଥିଲେ. ନିଷ୍ଠା ର ସହ ବିଦ୍ୟା ଅର୍ଜନ କଲେ ସଫଳତା ନିଶ୍ଚିତ ମିଳିପାରିବ ବୋଲି, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ନିଜ ଅଭିଭାଷଣରେ ମତ ରଖିଥିଲେ.ସେହିପରି ଶ୍ରୀଯୁକ୍ତ ବିଶ୍ୱାଳ ଗୁଣାତ୍ମକମାନ ଶିକ୍ଷା ର ବିକାଶ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଯଥେଷ୍ଟ ଭୂମିକା ରହିଥାଏ, ବୋଲି ମତ ପ୍ରକାଶ କରିଥିଲେ.ବିଦ୍ୟାଳୟ ର ପରିବେଶ, ଉର୍ନତମାନ ର ଶିକ୍ଷାଦାନ ପ୍ରଣାଳୀ କୁ ସମାଜସେବୀ ଶ୍ରୀମତୀ ରଥ ଖୁବ ପ୍ରଶଂସା କରିଥିଲେ. ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତି ଶାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ସୂରିଆ ବିଦ୍ୟାଳୟ ର ବିକାଶ ପାଇଁ ଆଗାମୀ ପଦକ୍ଷେପ ଗୁଡିକୁ ଉପସ୍ଥିତ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ. ଛାତ୍ର ଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା. କୁନି କୁନି ପିଲାମାନଙ୍କ ନୃତ୍ୟ ପରିବେଷଣ ଅତି ଆକର୍ଷଣୀୟ ଥିଲା.ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଵା ନାଟକ "ବେଟୀ ପଢାଅ, ବେଟୀ ବଞ୍ଚାଅ "
ଉଚ୍ଚକୋଟିର ଥିଲା.ବହୁତ ସଂଖ୍ୟାରେ ଅଭିଭାବକମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସl ହିତ କରିଥିଲେ.ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରଭାତୀ ସାବତ ଧନ୍ୟବାଦ ଅର୍ପଣ କରିଥିଲେ. ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।