ହେଡଲାଇନସ୍:

ଉନ୍ନୟନ କମିଶନର ଅଧ୍ୟତାରେ ‘ସୁଭଦ୍ରା’ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ତା-୧୬.୦୨.୨୦୨୫ : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ‘ସୁଭଦ୍ରା’ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।
ସମସ୍ତ ଜିଲ୍ଲାରେ କ୍ଷେତ୍ରୀୟ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆଗାମୀ ୨୩ ଫେବୃଆରୀ ୨୦୨୫ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା ଓ ମହାନଗର ନିଗମ ଫେବୃୟାରୀ ୧୯ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିବା କ୍ଷେତ୍ରୀୟ ତଦନ୍ତର ଅସ୍ଥାୟୀ ତାଲିକା ପ୍ରକାଶ କରିବେ । ଏହାସହ ନିୟମିତ ଭାବେ କ୍ଷେତ୍ରୀୟ ତଦନ୍ତ ସଂପର୍କିତ ଅସ୍ଥାୟୀ ତାଲିକାକୁ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାଗୁଡିକୁ କ୍ଷେତ୍ରୀୟ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାମିଲ କରି ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକଳାପକୁ ଅଧିକ ତ୍ୱରାନ୍ୱିତ କରି ସମସ୍ତ ସୁଭଦ୍ରା ଆବେଦନକାରୀଙ୍କୁ ସେମାନଙ୍କର ଇ-କେଓ୍ୱାଇସି ପ୍ରକ୍ରିୟା ଶେଷ କରିବା, ସେମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ( ଡିବିଟି ସକ୍ଷମ ) କରାଇବା ପାଇଁ ସଚେତନ ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ଦ୍ଵିତୀୟ କିସ୍ତି ବଣ୍ଟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ‘ସୁଭଦ୍ରା’ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ମହିଳାମାନଙ୍କୁ ନିରବଚ୍ଛିନ୍ନ ଚିହ୍ନଟ କରି ସେମାନଙ୍କ ସଶକ୍ତୀକରଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ।

0
0
0
s2sdefault