ହେଡଲାଇନସ୍:

ତାଲୁକା ଆଇନସେଵା କମିଟି ଭଞ୍ଜନଗର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଅତିରିକ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ, ତାଲୁକା ଆଇନ ସେବା କମିଟି, ଭଂଜନଗର ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଡି.ଏମ୍. ବିଜ୍ଞାନ ମହାବିଦ୍ୟାଳୟ ଗ୍ୟାଲେରୀ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ଆଇନ ଓ ମଟୋର ଯାନ ଆଇନ୍ ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳୁକା ଆଇନ ସେବା କମିଟି ର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ସୌମ୍ୟ ରଂଜନ ପୃଷ୍ଟି, ଏସ୍.ଡି.ଜେ.ଏମ୍ ଭଞ୍ଜନଗର" ମୋଟୋର ଯାନ ଆଇନ୍ ବିଷୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ତାଲୁକ୍ ଆଇନ ସେବା କମିଟି ର ସଦସ୍ୟ ଡଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ "ସଡ଼କ ସୁରକ୍ଷା ଓ ନୀୟମ " ବିଷୟ ଉପରେ ଆଲୋକପାତ କରିଥିଲେ। ସେହିପରି ରେ ଉଲ୍ଲେଖ ଥିବା ଆଇନ ଉଲଂଘନକାରି ନିମିତ୍ତ ଦଣ୍ଡ ବିଧାନ ନିୟମ " ବିଷୟ ଉପରେ ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ତାଳୁକା ଆଇନ ସେବା କମିଟି, ଭଂଜନଗର ଅଧ୍ୟକ୍ଷ ଶ୍ରୀ ଦେବଦତ୍ତ ପଟ୍ଟନାୟକ "ମୋଟୋର ଯାନ ଆଇନ୍ ଏବଂ ମୋଟର ଦୁର୍ଘଟଣା ସମ୍ପର୍କିତ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ଵାରା ପ୍ରଣୀତ ଅନ୍ୟାନ୍ୟ ଆଇନ ବିଷୟ ଉପରେ ବର୍ଣ୍ଣନା କରିଥିଲେ। ସେହିପରି ଶ୍ରୀମତୀ ଶର୍ମିଲା ମହାରଣା, ମଟୋର୍ ଭେଇକଲ୍ ଇନିକ୍ସ ପେକ୍କ୍ଟର୍ ଭଞ୍ଜନଗର ଦୁର୍ଘଟଣାରେ ପ୍ରାଣ ହରାଇଥିବା କିମ୍ବା ଗୁରୁତର ଲୋକଙ୍କ ନିମିତ୍ତ ସରକାର ଯୋଜନା ବିଷୟରେ ବର୍ଣ୍ଣନା କରି କିଭଳି ମୋଟର ଦୁର୍ଘଟଣା ହାରକୁ କମାଯାଇପାରିବ ସେ ବିଷୟ ଉପରେ ବର୍ଣ୍ଣନା କରିଥିଲେ। ପରିଶେଷରେ ଏହି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ନାରାୟଣ ରଥ ଏବଂ ଉକ୍ତ ମହାବିଦ୍ୟାଳୟ ଅନ୍ୟାନ୍ୟ କର୍ମଚାରୀ , ପୋଲିସ କର୍ମଚାରୀ ସହଯୋଗ କରି ସୁଚାରୁରୂପେ ପରିଚାଳନା କରିଥିଲେ ।

0
0
0
s2sdefault