ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଭଞ୍ଜଭବନ ପରିସରରେ, ଆଦର୍ଶ ପାଠାଗାର ଆୟୋଜିତ 30 ତମ ପୁସ୍ତକ ମେଳାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ଆଲୋଚନା ଓ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି l
ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷୟିତ୍ରୀ ନିରୂପମା ପତି ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଆତିଥ୍ଯ ଗ୍ରହଣ କରିଥିଲେ ପୂର୍ବତନ ପ୍ରସାଶନିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଟ୍ଟନାୟକ, ଇଂ ଅଭୟ କୁମାର ଦାସ, ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଓ ହୃଷିକେଶ ରାୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାଡାତ୍ୟା 'ପୁସ୍ତକ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ' ଶୀର୍ଷକ ଉପରେ ଅତିଥି ମାନେ ନିଜ ନିଜର ମତ ରଖିଥିଲେ l
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ମାଧ୍ୟମରେ ସ୍ଵାଗତ ସଙ୍ଗୀତ, ପୁରୁଣା ଓଡ଼ିଆ ଗୀତ କୁ ନେଇ ଗ୍ରୁପ ଡ୍ୟାନ୍ସ, ସମ୍ବଲପୁରୀ ନୃତ୍ୟ ଓ କ୍ଷୁଦ୍ର ନାଟକ ଅନୁଷ୍ଠିତ ହୋଇଥିଲା l କୁନି କଳାକାର ସୁନ୍ଦର ଏକକ ଅଭିନୟ କରିଥିଲେ l ସି ଆର୍ ସି ସି ବିଦ୍ୟୁତପ୍ରଭା ସୁତାର ଙ୍କ ନିର୍ଦ୍ଦେଶନାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ ଅନୀଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଆବାହକ ଶ୍ରୀଯୁକ୍ତ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l ଇଂ ସଚିକାନ୍ତ ବିଶ୍ଵାଳ,ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂହ, ଦୀଲିପ ପ୍ରଧାନ, ସ୍ନେହଲତା ପଟ୍ଟନାୟକ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ବାଳl ମିଶ୍ର, ଆଶାଲତା ଦାଶ,ରୂପାରାଣୀ ସାମନ୍ତ, ବୀଣାପାଣି ରାୟ,ସୁପ୍ରିୟା ମହାନ୍ତି,ମନ୍ଦାକିନୀ ବେହେରା ସମେତ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ରାଜ୍ୟ
ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
- Hits: 34