କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହୁଦୂର ଷ୍ଟାଡିୟମ ଠାରୁ ଜିଲ୍ଲାପାଲ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ରାଲି ହୋଇଥିଲା ଦିନ ସିଜିମାଳି ପ୍ରଭାବିତ ଥୁଆମୂଳ ରାମପୁର ବ୍ଳକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦ ରୁ ଉର୍ଦ୍ଧ ଗ୍ରାମରୁ ପ୍ରାୟ ୧୫,୦୦୦ ହଜାର ରୁ ଉର୍ଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସିଜି ମାଳୀ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଓ ମତ ପ୍ରକାଶ କରିଛନ୍ତି ଅଞ୍ଚଳରେ ଆଗାମୀ ଦିନରେ ରେ ଯଦି ଖଣି ଖନନ ହେଲେ ଅଞ୍ଚଳ ର ଉନ୍ନତି ହେବା ସହ ବେକାରି ସମସ୍ୟା ଦୂର ହବ ତେଣୁ ଆମ୍ଭେ ୧୫,୦୦୦ ରୁ ଉଦ୍ଧ ଲୋକଙ୍କ ଦସ୍ତଖତ ସହ ସିକିମାଳି ଓ ମୈତ୍ରୀ କମ୍ପାନୀ କୁ ସମର୍ଥନ କରୁଛୁ । ବର୍ତମାନ ସମୟରେ ମାସକୁ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ପରିବାର ସିଧା ସଳଖ ଆର୍ଥିକ,ସ୍ଵାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଓ ଧାର୍ମିକ କ୍ଷେତ୍ର ରେ ପ୍ରାୟ ୪୫ ରୁ ଉର୍ଦ୍ଧ ଅଞ୍ଚଳରେ ମନ୍ଦିର ନିର୍ମାଣ କରାଯାଉଛି ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ମୈତ୍ରୀ ଇନଫ୍ରା ତରଫରୁ କରାଯାଉଛି । ସିଜିମାଳି ଖଣି ଖନନ ଯଥାଶୀଘ୍ର ଆରମ୍ଭ କରାଯାଉ, ଆଉ କିଛି ବାହାରିଆ ଲୋକ ଆସି ଆମ୍ବ ନିରୀହ ଆଦିବାସୀ ଲୋକ ମାନଙ୍କୁ ତାଙ୍କ ସ୍ବାର୍ଥ ପାଇଁ କମ୍ପାନୀ କୁ ବିରୋଧ କରିବାକୁ ଉସ୍କାଉଛନ୍ତି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ସିଜିମାଳୀ ପ୍ରଭାବିତ ଅଞ୍ଚଳ ବାସୀ ଉପସ୍ଥିତ ରହି ଜିଲ୍ଲା ପାଳଙ୍କୁ ସିଜିମାଳି ଖଣି ଖନନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି
ରାଜ୍ୟ
ତିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ।
- Hits: 19