ହେଡଲାଇନସ୍:

ମା ସିନା ପରକଲା କିନ୍ତୁ ପ୍ରଶାସନ ଆପଣେଇଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ଅଧିନସ୍ଥ ତିତିଲି ଗ୍ରାମରେ ଏକ ପରିବାରରେ ପିତାଙ୍କ ମୃତ୍ଯୁ ପରେ ମା ୬ ଗୋଟି ପିଲାଙ୍କୁ ଛାଡି ଦେଇ ଅନ୍ୟତ୍ର ବିବାହ କରିବାରୁ ଶିଶୁମାନେ ବେଶହର ହୋଇଯାଇଥିଲେ। କିନ୍ତୁ ଗତ ୨୦ ଦିନ ତଳେ ସ୍ଥାନୀୟ ସରପଞ୍ଚ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ପରଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ହେଲ୍ପଲାଇନର ସଦସ୍ୟ ଶିଶୁଙ୍କୁ ଉଦ୍ଧାର କରିବାକୁ ଶିଶୁଙ୍କ ଗ୍ରାମରେ ପହଞ୍ଚି ଥିଲେ। କିନ୍ତୁ ସେହିଦିନ ଗ୍ରାମବାସୀ ଓ ଶିଶୁମାନଙ୍କର ସମ୍ପର୍କୀୟ ମାନେ ଜିଲ୍ଲା ପ୍ରଶାସନ ଙ୍କୁ ସହଯୋଗ କରିନଥିଲେ ମାତ୍ର ଶିଶୁମାନେ ଅବହେଳିତ ହୋଇ ରାହୁଥିବାର ଦୃଶ୍ୟ ପ୍ରଶାସନ ନଜରକୁ ଆସିଥିଲା । ଏହାର ଠିକ ପରଦିନ ୱାର୍ଡ ମେମ୍ବରଙ୍କ ନେତୃତରେ ଗ୍ରାମବାସୀ ଆସି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ପହଞ୍ଚି ଆଗାମୀ ୩ ଦିନ ମଧ୍ୟରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିବା ପାଇଁ ଜଣାଇଥିଲେ। କିନ୍ତୁ ୩ ଦିନ ବିତିଯାଇଥିଲେ ମଧ୍ୟ ଶିଶୁ ମାନକୁ ଗ୍ରାମବାସୀମାନେ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର ନ କରିବାରୁ ପ୍ରଶାସନ ପୁଣିଥରେ ଗ୍ରାମରେ ପହଞ୍ଚି ଜାଣିବାକୁ ପାଇଲେ ଯେ , ଶିଶୁ ମାନଙ୍କୁ ମା ଦ୍ବିତୀୟ ବିବାହ କରିଥିବା ସ୍ବାମୀ ନିକଟକୁ ନେଇଯାଇଛି। ତାପରେ କିଛି ଦିନପରେ ଜଣ ଶିଶୁ ମଧ୍ୟରୁ ଜଣେ ଶିଶୁକନ୍ୟା ସରକାରଙ୍କ ଆଦିବାସୀ ଆଶ୍ରମ ଆବସିକ ବିଦ୍ୟାଳୟରେ ରହି ପାଠ ପଢୁଥିଲାବେଳେ ଅନ୍ୟ ୫ ଜଣଶିଶୁ ଯାହାଙ୍କର ବୟସ ୧୦ ବର୍ଷରୁ କମ୍ ଅଟେ। ସେହି ଶିଶୁଙ୍କ ମଧ୍ୟରୁ ୩ ଟି ପୁଅ ଓ ୨ ଟି ଝିଅ ଅତି ଦୟନୀୟ ଅବସ୍ଥାରେ ପାଠ ନ ପଢି ଗାଁରେ ବେଳେ ଖାଇଲେ ଅନ୍ୟ ବେଳେ ଉପବାସରେ କାଳତି ପାତ କରୁଥିଲେ ।
ଏହି ପଞ୍ଚାୟତ ର ସହୃଦୟ ବ୍ୟକ୍ତି ପଞ୍ଚାୟତ ସରପଞ୍ଚ ପିଲାଙ୍କ ଏତାଦୃଶ ଅବସ୍ଥା ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ପ୍ରଶାସନ ନିକଟରେ ଖବର ମିଳିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଅଦ୍ୟ ତା ୧୪.୨.୨୦୨୫ରିଖରେ ସମନ୍ବିତ ଶିଶୁ ବିକାଶ ଯୋଜନା ର କ୍ଷେତ୍ର ପରିଚାଳିକା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସାମାଜିକ କର୍ମୀଶ୍ରୀ ନରେଶ ନାୟକ ଉକ୍ତ ଗ୍ରାମକୁ ଯାଇ ଶିଶୁମାନକ ନିକଟରେ ପହଞ୍ଚି ଥିଲେ। ପିଲାଙ୍କ ବିଷୟରେ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ ଶିଶୁମାନେ ପାଠ ନ ପଢି ବହୁତ ଅସୁବିଧାରେ ରହୁଛନ୍ତି। ପିଲାଙ୍କ ବିଷୟରେ ବୁଝିବା ପରେ ଗାଁ ଲୋକଙ୍କ ସହ ଶିଶୁ ଙ୍କ ବିଷୟରେ ଆଲୋଚନା କରିଥିଲେ ଓ ଗ୍ରାମ ଲୋକଙ୍କ ସହଯୋଗରେ ଓ ଶିଶୁ ମାନଙ୍କଜଣେ ଅଭିଭାବକଙ୍କ ଆଗ୍ରହ କ୍ରମେ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବାପରେ ଚାଇଲ୍ଡ ହେଲ୍ପ ଲାଇନ ଦ୍ବାରା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ପରେ ଶିଶୁ ମଙ୍ଗଳ ସମିତି ଙ୍କ ସୁପାରିଶ କ୍ରମେ ଶିଶୁମାନଙ୍କୁ ସରକାରଙ୍କ ଦ୍ବାରା ପରିଚାଳିତ ପାରଳାଖେମୁଣ୍ଡି ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଠପଢା , ଖାଇବା ,ରହିବା ବ୍ୟବସ୍ଥା କରାଯାଇଛି।

0
0
0
s2sdefault