ହେଡଲାଇନସ୍:

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେଜ୍ରିଓ୍ଵାଲଙ୍କ ଦୁର୍ନୀତି ଓ ଲୁଟ୍ ରାଜନୀତିକୁ ଦିଲ୍ଲୀବାସୀ ଭଲରେ ଜାଣିଲେଣି -ଧର୍ମେନ୍ଦ୍ର ପ୍ରଧାନ

• ମାଲବୀୟ ନଗର ଓ ଗ୍ରେଟର କୌଳାସ ବିଧାନସଭା ନିର୍ବାଚନମଣ୍ଡଳୀରେ କଲେ ପ୍ରଚାର
• ଦିଲ୍ଲୀ ଜନସାଧାରଣଙ୍କ ସମେତ ଓଡିଆ ଜନତାଙ୍କୁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
• ଆପକୁ ହଟାଇ ବିଜେପି ସରକାର ଆଣିବା ପାଇଁ ଦିଲ୍ଲୀବାସୀ ସଂକଳ୍ପ ନେଇଛନ୍ତି
• ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମିଛ ଓ ଲୁଟର ଶିକାର

ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୩୧ – କେଜ୍ରିଓ୍ଵାଲଙ୍କ ଦୁର୍ନୀତି ଓ ଲୁଟ୍ ରାଜନୀତିକୁ ଦିଲ୍ଲୀବାସୀ ଭଲ ଭାବେ ଜାଣିଲେଣି । ବାରମ୍ବାର ମିଛ କହୁଥିବା କେଜ୍ରିୱାଲ ଏବଂ ତାଙ୍କ ନେତାଙ୍କ ଉପରେ ଜନସାଧାରଣ ଏବେ ବିରକ୍ତ ହୋଇଯାଇଛନ୍ତି ବୋଲି ଶୁକ୍ରବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageଶ୍ରୀ ପ୍ରଧାନ ମାଲବୀୟ ନଗର ଓ ଗ୍ରେଟର କୌଳାସ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଶାହପୁର ଜାଟର ଡାଗର ଛକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେ କହିଛନ୍ତି ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମିଛ ଓ ଲୁଟର ଶିକାର । ଗୋଟିଏ ପଟେ ମୋଦୀ ଗରିବଙ୍କୁ ପକ୍କା ଘର ଯୋଗାଇ ଦେଇଛନ୍ତି, ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି ଏବଂ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି, ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ଅର୍ଥରେ ନିଜ ପାଇଁ କୋଟି କୋଟି ଟଙ୍କାର ମହଲ ନିର୍ମାଣ କରିଛନ୍ତି । କେଜ୍ରିଓ୍ଵାଲ ନା ଯମୁନା ସଫା କରିଛନ୍ତି, ନା ଦିଲ୍ଲୀକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି, ନା ଭଲ ରାସ୍ତା ନିର୍ମାଣ କରିଛନ୍ତି ନା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଦେଇଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀକୁ ଦୁର୍ନୀତି ଓ ବିପଦ ଦେଇଛନ୍ତି । ତେଣୁ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରି ଦିଲ୍ଲୀବାସୀ ଏଥର ପଦ୍ମ ଫୁଟାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସଂକଳ୍ପ ନେଇଛନ୍ତି ।

Imageଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଆଶୀର୍ବାଦ ଯାତ୍ରା ସମୟରେ ଲୋକମାନଙ୍କ ଭଲ ପାଇବାରେ ମୁଁ ଅଭିଭୂତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀ ବିକାଶର ଗତି ଦେଖିଛି । ଦିଲ୍ଲୀରେ 'ଆପ୍' ମୁକ୍ତ କରି ଏଥର ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବା ପାଇଁ ଜନସାଧାରଣ ନିଷ୍ପତି ନେଇଛନ୍ତି । ଲୋକଙ୍କ ଉତ୍ସାହରୁ ଜଣାପଡ଼ୁଛି ଏଥର ଦିଲ୍ଲୀରେ ବିଜେପି ସରକାର ଆସୁଛି । ଦିଲ୍ଲୀ ଜନସାଧାରଣଙ୍କ ସମେତ ଓଡିଆ ଜନତାଙ୍କୁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ ।

0
0
0
s2sdefault