ହେଡଲାଇନସ୍:

ନିଜ ସୁରକ୍ଷା ନିଜ ହାତରେ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା ( ଶେକ ଜାଫର) :-
ଖୋର୍ଦ୍ଧା:- ମଣିଷ ଜୀବନ ଅମୁଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ l ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ l ମଣିଷ ଏକ ସୁସ୍ଥ, ସୁନ୍ଦର ଜୀବନ ଅତିବାହିତ କରିପାରିବ l କିନ୍ତ ବେଳେ, ବେଳେ ତା ଜୀବନ ର ସୁରକ୍ଷା ନଷ୍ଟ ହୋଇଯାଏ l ପୋକ ମାଛି ଭଳି ରାସ୍ତା ଉପରେ ଛଟପଟ ହୋଇ ତା ଜୀବନ ଚାଲିଯାଏ l ଭାରତ ରେ ପ୍ରତି ବର୍ଷ ହାରା ହାରି 1.5 ଲକ୍ଷ ଲୋକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାନ୍ତି l ଗାଡି, ମୋଟର ର ବହୁଳ ବ୍ୟବହାର ଓ ଅସାବଧାନତା ଯୋଗୁଁ ମଣିଷ ଦୁର୍ଘଟଣା ର ଶିକାର ହୋଇ ମୂଲ୍ୟବାନ ଜୀବନ କୁ ହରାଇ ବସୁଛି l ନିତିଦିନିଆ ଜୀବନ ରେ ଦିନ ହେଉ ବା ରାତି ହେଉ ଘରୁ ବାହାରିଲେ ରାସ୍ତା ରେ ଅସଂଖ୍ୟ ଗାଡି ମୋଟର ଯିବା ଆସିବା କରୁଥିବା ଦେଖି ଆମେ ନିଜେ ମଧ୍ୟ ଆବଶ୍ୟକତା ଅନୁସାରେ ଦୁଇ ଚକିଆ ଓ ଚାରି ଚକିଆ ଯାନର ବ୍ୟବହାର କରିଥାଉ l ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଗାଡି ମୋଟର ବ୍ୟବହାର ସଂଖ୍ୟା ବହୁ ମାତ୍ରା ରେ ବଢ଼ି ଯାଇଛି l ବିଭିନ୍ନ କାରଣ ଯୋଗୁଁ ସଡ଼କ ଉପରେ ଜୀବନ କୁ ସୁରକ୍ଷା କରାଯାଇ ପାରୁନାହିଁ l ଏହାର ପ୍ରମୁଖ କାରଣ ହେଲା ଅସାବଧାନତା ଓ ଖାମଖିଆଲିଆ ମନୋଭାବ l ତେବେ ଏ ନେଇ ଖୋର୍ଦ୍ଧା ସହର ରେ ମଧ୍ୟ ସଚେତନତା ଅଭିଯାନ ଆରମ୍ବ ହୋଇଯାଇଛି l

ଏହି ଉପଲକ୍ଷେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ର ସୌଜନ୍ୟତା ରେ ଏବଂ ଜ଼ିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ଉତ୍କଳ ସାମ୍ବାଦିକ ସଙ୍ଘ, ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ଏବଂ ସାମାଜିକ ଅନୁଷ୍ଠାନ ଜାଗୃତି ର ମିଳିତ ସହଯୋଗ ରେ ସିଗମା ପବ୍ଲିକ ସ୍କୁଲ ର ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ, ଖୋର୍ଦ୍ଧା ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଅରବିନ୍ଦ ନାୟକ,ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ,ଯାନ ବାହାନ ନିରୀକ୍ଷକ, ଦେବାଶିଷ ପାଇକରାୟ, ଟ୍ରାଫିକ ସବଇନିସପେକ୍ଟର ତୃପ୍ତି ରେଖା ଜେନା, ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ତଥା ଖୋର୍ଦ୍ଧା ପ୍ରେସ କ୍ଲବ ଉପଦେଷ୍ଟା ତପନ କୁମାର ନାୟକ,ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଉତ୍କଳ ସାମ୍ବାଦିକ ସଙ୍ଘ ଜ଼ିଲ୍ଲା ସଭାପତି ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜ଼ିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ଜାଗୃତି ଅନୁଷ୍ଠାନ ର ମୁଖ୍ୟ ପ୍ରଭାତ କୁମାର ପାଣିଗ୍ରାହୀ,ଜ଼ିଲ୍ଲା ପ୍ରେସ କ୍ଲବ ଉପ ସଭାପତି ଲଳିତ ମୋହନ ମହାପାତ୍ର, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରବୀଣ ଭଞ୍ଜ ଓଡ଼ିଆ ରଞ୍ଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ର, ଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କ ରେ ସଚେତନତା କରାଇଥିଲେ l ଏହାପରେ ଏକ ଶୋଭାଯାତ୍ରା ରେ ବାହାରି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି ଟି.ଏଲ. ସି. ରାସ୍ତା ନିକଟରେ ବାଇକ ଏବଂ ଚାରି ଚକିଆ ଯାନ ରେ ବିନା ହେଲମେଟ ଏବଂ ସିଟ ବେଲ୍ଟ ରେ ଯାତାୟାତ କରୁଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇବା ସହିତ, ରାସ୍ତା ର ବାମ ପାର୍ଶ୍ୱ ରେ ଚାଲିବା ଓ ଯାନ ବାହାନ ଗୁଡିକୁ ବାମ ପଟେ ରଖିବା, ଦ୍ରୁତ ଗତି ରେ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ସର୍ବଦା ହେଲମେଟ ଓଡ଼ିଆ ସିଟ ବେଲ୍ଟ ବ୍ୟବହାର କରିବା, ଟ୍ରାଫିକ ସଂକେତ ପ୍ରତି ସତର୍କ ରହିବା, ନାଲି ଆଲୁଅ ଜଳୁଥିଲେ ଅଟକିବା ଓ ସବୁଜ ଆଲୁଅ ଜଳିଲେ ଆଗକୁ ଯିବା, କୌଣସି ସ୍ଥାନରେ ବାମ ଓ ଡାହାଣ କୁ ବୁଲିବାର ଥିଲେ ପ୍ରଥମେ ଉଭୟ ପାର୍ଶ୍ୱ କୁ ଦେଖି ଏବଂ ସେହି ଦିଗକୁ ହାତ ଦେଖେଇ ସୂଚନା ଦେଇ ବୁଲିବା, ନିଶା ସେବନ କରି ଗାଡି ଚାଳନା ରୁ ନିବୃତ ରହିବା, ଡ୍ରାଇଭିଂ ଲାଇସେନ୍ସ ଥିବା ବ୍ୟକ୍ତି ହିଁ ଗାଡି ଚଳାଇବା , 18 ବର୍ଷ ରୁ କମ ବୟସ ର ପିଲା ମାନଙ୍କୁ ଗାଡି ଚଳେଇବା ପାଇଁ ନ ଦେବା ପ୍ରଭୃତି ନିୟମ ଗୁଡିକୁ ମାନି ଚାଲିବା କୁ ପରାମର୍ଶ ଦେଇଥିଲେ l

ପ୍ରତେକ ବ୍ୟକ୍ତି ଟ୍ରାଫିକ ର ନିୟମ ମାନି ଯାତାୟାତ କରିବା ଏବଂ ଶୃଙ୍ଖଳା ଭାବେ ଗାଡି ଚାଳନା କଲେ ସଡ଼କ ଦୁର୍ଘଟଣା ଏଡାଇ ଦିଆଯାଇ ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ରେ ସିଗମା ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ସମେତ, ପୁଲିସ ଓ ପରିବହନ ବିଭାଗ କର୍ମଚାରୀ ଏବଂ ପ୍ରାୟ 100 ଉର୍ଦ୍ଧ୍ୱ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରେସ କ୍ଲବ ର ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣ ରେ ଉଚ୍ଚ ପ୍ରଂଶସା କରାଯାଇଥିଲା l ଆଗକୁ ଏଭଳି ସଚେତନତା ଏବଂ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଜ଼ିଲ୍ଲା ପ୍ରଶାସନ ର ସହଯୋଗ ରେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କରାଯିବ ବୋଲି ପ୍ରେସ କ୍ଲବ ର ସଭାପତି ଓ ସମ୍ପାଦକ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି l 

0
0
0
s2sdefault