ହେଡଲାଇନସ୍:

ଚନ୍ଦାହାଣ୍ଡି ଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା୨୭.୦୧.୨୦୨୫:ଆଜି ଚନ୍ଦାହାଣ୍ଡି ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର, ବି ଡି ଓ ରାମକୃଷ୍ଣ ନାୟକ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୬୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ୩ ଜଣଙ୍କୁ ହୁଇଲ୍ ଚେୟାର ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ୩୧ ଜଣଙ୍କୁ ସହାୟତା ପ୍ରଦାନ କରଯାଇଥିଲା।

0
0
0
s2sdefault