ହେଡଲାଇନସ୍:

ପଞ୍ଚଦଶ ଜାତୀୟ ମତଦାତା ଦିବସ 2025 ଜିଲ୍ଲା ସ୍ତରୀୟ ସମାରୋହରେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ପଞ୍ଚଦଶ ଜାତୀୟ ମତଦାତା ଦିବସ 2025 ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲାପାଳ( ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥି ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅଧିକାରୀ,କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଙ୍କୁ ନେଇ ସହରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ପରେ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ ଶ୍ରୀ ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଭବାନୀ ପାଟଣା, ପ୍ରଭାତ କୁମାର ପରିଡା, ଡେପୁଟି କଲେକ୍ଟର ପବିତ୍ର ସାମଲ, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀକାନ୍ତ ଦଲେଇ, ଡେପୁଟି କଲେକ୍ଟର, ନିର୍ବାଚନ,ଦୀପ୍ତିମଇ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ସତ୍ୟ ସମ୍ପର୍ଣ୍ଣl ରାଉତ, ସହକାରୀ ଜିଲାପାଳ ସୁଶାନ୍ତ କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ ପ୍ରମୁଖ ଯୋଗଦେଇ ଜାତୀୟ ମତଦାତା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏକ ସୁସ୍ଥ ଓ ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ଭୀକ ଓ ନିରପେକ୍ଷ ମତଦାନ ର ଆବଶ୍ୟକତା ଉପର ବିଶେଷ କରି ଯୁବ ଭୋଟର ମାନଙ୍କର ପ୍ରମୂଖ ଭୂମିକା ରହିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ମତପୋଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନ ଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଭୋଟର ତାଲିକା ପ୍ରସ୍ତୁତି ରେ ସର୍ବୋତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଉପ ଜିଲ୍ଲାପାଳ ଭବାନୀ ପାଟଣା ପ୍ରଭାତ କୁମାର ପରିଡା,ନିର୍ବାହୀ ଅଧିକାରୀ ପୌରପାଳିକା ଡଃ ସତ୍ୟ ସମ୍ପର୍ଣ୍ଣl ରାଉତ, କଲମପୁର ବିଡିଓ ବିଜୟ କୁମାର ମlଣ୍ଡାଙ୍ଗି ଏବଂ ବି ଏଲ ଓ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲେ।

0
0
0
s2sdefault