ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟ ରେ ଛାତ୍ରୀ ଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଗତ୧୭.୦୧.୨୦୨୫ ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇ ଯାଇଛି । ଆଜିର ଉଦ୍'ଯାପନୀ ଉତ୍ସବରେ ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭା ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ମାଷ୍ଟର ଟ୍ରେନର୍ ଯୋଗ ଦେଇଥିଲେ । ଆତ୍ମରକ୍ଷା ର କୌଶଳ ଛାତ୍ରୀ ମାନେ ଡେମୋ ଜରିଆରେ ପ୍ରଦର୍ଶନ କରିଥିଲେ । ପ୍ରୋଗ୍ରାମ୍ ଇନ୍ ଚାର୍ଜ ଆଧ୍ୟାପିକା ନସିମା ବାନୋ ଓ ଅଧ୍ଯାପିକା ଗୋପିକା ଦାସ ଙ୍କ ତତ୍ତ୍ଵାବଧାନ ରେ ମାଷ୍ଟର ଟ୍ରେନର୍ ଚୁମ୍'କି ବାଗ ଓ ସ୍ନେହଲତା ପାଣ୍ଡେ ୧୪୩ ଜଣ ଛାତ୍ରୀ ଙ୍କୁ ଦିର୍ଘ ୭ ଦିନ ଧରି ଆତ୍ମରକ୍ଷା ତାଲିମ୍ ପ୍ରଦାନ କରିଥିଲେ । ଆଜିର ସଭାକୁ ଅଧ୍ୟାପିକା ନସିମା ବାନୋ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଗୋପିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷ ରେ ସମସ୍ତ ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ
ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ
- Hits: 65