୧୩ ତମ ଭୈରବୀ ନୋବୁଲ୍ ଆୱାର୍ଡ଼ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବର୍ଦ୍ଧିତ ହେଲେ ଭଦ୍ରକ ଜିଲ୍ଲା ଟପ୍ପର ଓ ବ୍ଲକ୍  ୧୬ ଜଣ ଟପ୍ପର।   

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଭୈରବୀ ନୋବୁଲ୍ ଫାଉଣ୍ଡେସନ ଟ୍ରଷ୍ଟ ବାସୁଦେବପୁର ପକ୍ଷ ରୁ ଭଦ୍ରକ ଜିଲ୍ଲାର ପ୍ରଥମ ଓ ବାସୁଦେବପୁର ବ୍ଲକ୍ ଓ ପୌର ପରିଷଦ ର ଦଶ ଟି ସ୍ଥାନ ଅଧିକାର କରିଥିବା କୃତି ବିଦ୍ୟାର୍ଥୀ ମାନଙ୍କୁ ଭୈରବୀ ନୋବୁଲ ଆୱାର୍ଡ଼ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟ କ୍ରମ ରେ ଟ୍ରଷ୍ଟ ସଭାପତି ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା  ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ମୁଖ୍ୟ ବକ୍ତା ଭାବେ ଅଜୟ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ବୋଧିସତ୍ତ୍ବ ସଂଘପ୍ରିୟ, ଓ ଉପେନ୍ଦ୍ର ନାଥ ପାଢ଼ୀ ଯୋଗ ଦେଇଥିଲେ। ଅତିଥି ପରିଚୟ ଟ୍ରଷ୍ଟ ସମ୍ପାଦକ ଗୌତମ ଦାସ କରିଥିବା ବେଳେ ସଭାପତି ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଟ୍ରଷ୍ଟ ର ପ୍ରତିଷ୍ଠାତା ଖଗେନ୍ଦ୍ର ପ୍ରସାଦ ମହାନ୍ତି  ଉପସ୍ଥିତ ରହି ଟ୍ରଷ୍ଟ ର ଗଠନ  , ତେର ବର୍ଷ ଧରି ଭୈରବୀ ନୋବୁଲ ଆୱାର୍ଡ଼ ପ୍ରଦାନ କରି ବାସୁଦେବପୁର ର ନାମ କୁ ସାରା ଓଡ଼ିଶା ରେ ଏକ ସ୍ବତନ୍ତ୍ର ପରିଚିତ କରାଇବାରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ମାନଙ୍କ ସହ ବାସୁଦେବପୁର ର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନଙ୍କ ର ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ। ମଞ୍ଚାଶୀନ ଅତିଥି ମାନେ ମଧ୍ୟ ଭୈରବୀ ଟ୍ରଷ୍ଟ ର ଏହି ପ୍ରକାର କାର୍ଯ୍ୟ କ୍ରମ ଅତ୍ୟନ୍ତ ପ୍ରଶଂସନିୟ  ବୋଲି କହିଥିଲେ। ଏହି ପ୍ରକାର କାର୍ଯ୍ୟ କ୍ରମ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଭବିଷ୍ୟତ ଗଢ଼ିବା ରେ ପ୍ରେରଣା ପ୍ରଦାନ କରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ କୁ ସହ ସମ୍ପାଦକ ପୁରୁଷୋତ୍ତମ ବେହେରା ସଂଯୋଜନା କରିଥିଲେ। ଭଦ୍ରକ ଜିଲ୍ଲା ସର୍ବୋଚ୍ଚ ନମ୍ୱର୍ ରଖିଥିବା ସୂର୍ଯ୍ୟ ସ୍ନାତ ସ୍ୱାଇଁ ଙ୍କୁ ମାନ ପତ୍ର ସହ ଆର୍ଥିକ ରାଶି ୨୫୦୦୦ ଟଙ୍କା ପ୍ରଦାନ କରାଯିବା ସହ ବାସୁଦେବପୁର ବ୍ଳକ ଓ ପୌର ପରିଷଦ ର ପ୍ରଥମ ଦଶ ଟି ସ୍ଥାନ ଅଧିକାର କରିଥିବା ୧୬ ଜଣ କୃତି ବିଦ୍ୟାର୍ଥୀ ମାନଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯାଇଛି। ଅନୁଷ୍ଟିତ କାର୍ଯ୍ୟ କ୍ରମ କୁ ଟ୍ରଷ୍ଟ ର ସଦସ୍ୟ ଶଶାଙ୍କ ଶେଖର ସାମଲ, ମହେଶ୍ୱର ଧଳ, ସୁଶିଲ ଦଳାଇ, ସୁବ୍ରତ ଧଳ, ପିତାମ୍ବର ପାତ୍ର ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।

0
0
0
s2sdefault