ଜାତୀୟ ମତଦାତା ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର:- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ଏହି କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଓ ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେ ସଭାର ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ମତଦାନର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେ ମତଦାତା ଦିବସ ଉପଲକ୍ଷେ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

0
0
0
s2sdefault