କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଜନ ପେପର ପ୍ରଦାନ କରାଗଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

       ଜିଲ୍ଲାର ବିକାଶ ଲାଗି ୯ ସମସ୍ୟା ଉପରେ ଫୋକସ।     

କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି):  କେନ୍ଦୁଝର ନାଗରିକ ମଞ୍ଚ ଜିଲ୍ଲାର ବିକାଶ ଲାଗି ସବୁ ବେଳେ କାର୍ଯ୍ୟ କରୁଛି। ତେବେ ଚଳିତ ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସମଗ୍ର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଏହି ସଂଗଠନର କର୍ମକର୍ତ୍ତା ମାନେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନାଗରିକ ମଞ୍ଚର ସଭାପତି ଶ୍ରୀ ହିମାଂଶୁ ଶେଖର କୁଅଁରଙ୍କ ନେତୃତ୍ୱରେ ସମ୍ପାଦକ ଶ୍ରୀ ସତ୍ୟରଞ୍ଜନ ସାମଲ,କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ,ବରିଷ୍ଠ ସଦସ୍ୟ ଶ୍ରୀ ପ୍ରିୟବ୍ରତ ସାମଲ ଓ ଶ୍ରୀ ସତ୍ୟଜିତ ସାମନ୍ତରାୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଦୀର୍ଘ ୧ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଏହି ଆଲୋଚନା କରି ଖୁବ୍ ଖୁସି ହୋଇଥିଲେ, ସେ ଏହି ସବୁ ଦାବି ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବାକି କିଛି ଉପରେ ପଦକ୍ଷେପ ନେଉଛନ୍ତି କହିଥିଲେ। ଏହି ସବୁ ଦାବି ଗୁଡ଼ିକ ହେଲା (୧) କେନ୍ଦୁଝର ଜିଲ୍ଲାରେ ତୁରନ୍ତ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ ନିରୂପଣ ହୋଇ ନୂତନ ଚୁକ୍ତିପତ୍ର ସ୍ବାକ୍ଷର ହେଉ , (୨) କାନପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କରି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା,(୩)ବିଗିଡି ଯାଇଥିବା କେନ୍ଦୁଝର ପ୍ରାକୃତିକ ପରିବେଶକୁ ଓମବାର୍ଡସି ପାଣ୍ଠି ଅର୍ଥରେ ସୁଧାରିବା,(୪) ଧରଣୀଧର ବିଶ୍ଵବିଦ୍ୟାଳୟ ସମସ୍ୟା ସମାଧାନ କରିବା,(୫)କେନ୍ଦୁଝର ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରି ଚାଷୀଙ୍କୁ ସହାୟତା କରିବା,(୬)  ବାଂଶପାଣି- ବଡ଼ବିଲ ରେଳପଥ ସମ୍ପୂର୍ଣ୍ଣ କରିବା,(୭) ଘଟଗାଁ -ଆନନ୍ଦପୁର - ଧାମରା ରେଳପଥ ଯୋଡିବା ପ୍ରକ୍ରିୟା ଆରମ୍ଭ,(୮) ଭୀମକୁଣ୍ଡରେ ଜଳ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ପ୍ରକଳ୍ପ ସହ କଲମପୁର ଜଳସେଚନ ପ୍ରକଳ୍ପ ଆରମ୍ଭ କରିବା ଓ (୯) ଘଟଗାଁ ପର୍ଯ୍ୟଟନ କ୍ଷେତ୍ରର ବ୍ୟାପକ ବିକାଶ ଯୋଜନା କରିବା। ଏସବୁ ଦାବି ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା କେନ୍ଦୁଝର ନାଗରିକ ମଞ୍ଚର ଏହିପରି ଭିଜନ ଡକ୍ୟୁମେଣ୍ଟସ ପେଶକୁ ମୁଖ୍ୟମନ୍ତ୍ରୀ ଖୁବ୍ ପ୍ରଶଂସା କରିଥିଲେ। ତେଣୁ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ପ୍ରଭୂତ ଉନ୍ନତି ହେବ ବୋଲି କହିଥିଲେ। ନାଗରିକ ମଞ୍ଚ ତରଫରୁ ଜିଲ୍ଲାର ସମସ୍ତଙ୍କୁ ସହଯୋଗ ପ୍ରଦାନ ଲାଗି ଆହ୍ବାନ କରାଯାଇଥିଲା। ନାଗରିକ ମଞ୍ଚ ସମଭାବାପନ୍ନ କେନ୍ଦୁଝର ଲୋକଙ୍କୁ ନେଇ ବ୍ୟାପକ ଚର୍ଚ୍ଚା କରି ସମସ୍ୟା ସମାଧାନ ଲାଗି ଉଦ୍ୟମ କରିବ ବୋଲି ସୂଚନା ମିଳିଛି। ମଂଚର ସହ ସମ୍ପାଦକ ଶ୍ରୀ ଦିଲୀପ କୁମାର ସାହୁ ଭାରତ ସରକାର ଏବେ ଦେଶକୁ ସେମିକଣ୍ଡକ୍ଟର ନିର୍ମାଣ ହବ୍ କରିବାକୁ ଯାଉଛନ୍ତି। ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦେଶର ୪ଟି ସ୍ଥାନରେ ସେମି କଣ୍ଡକ୍ଟର ସ୍ଥାପନ କେନ୍ଦ୍ର ଉପରେ  ଜୋରଦାର ଫୋକସ୍ କରିବାକୁ ଯାଉଛନ୍ତି କହିଛନ୍ତି। ତେଣୁ କେନ୍ଦୁଝର ସରକାରୀ ଇଞ୍ଜିନିଅରିଂ କଲେଜରେ ଏହି ସେମି କଣ୍ଡକ୍ଟର ନିର୍ମାଣ କୌଶଳ ପାଠ୍ୟକ୍ରମ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

0
0
0
s2sdefault