ହେଡଲାଇନସ୍:

ଜାତୀୟ ଶିକ୍ଷାନିତୀ ୨୦୨୦: ଓଡ଼ଗାଁ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୮ ଜଣ ଜୁନିୟର ଶିକ୍ଷକଙ୍କୁ ଚଳିତ ମାସ ଶେଷ ସୁଧା ନିୟମୀତ କରାଯିବ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଜାତୀୟ ଶିକ୍ଷାନିତୀ ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାଥମିକ ଶିକ୍ଷକ ସଂଘ ଓଡ଼ଗାଁ ବ୍ଳକ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଓଡ଼ଗାଁ ବ୍ଳକ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ, ଅତିରିକ୍ତ ଶିକ୍ଷାଧିକାରୀ କମଳିନୀ ବେହେରା, ମହାସଚିବ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ଜ୍ୟୋତିରଞ୍ଜନ ଦାସ, ସମ୍ପାଦକ ପ୍ରାଥମିକ ଶିକ୍ଷକ ସଂଘ ନୟାଗଡ଼ ଭକ୍ତରଞ୍ଜନ ମିଶ୍ର, କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଚଳିତ ମାସ ଶେଷସୁଦ୍ଧା ୨୮ ଜଣ ଜୁନିୟର ଶିକ୍ଷକଙ୍କୁ ନିୟମୀତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଚରୁ ପ୍ରତିଶୃତି ଦେଇଥିଲେ ।

ସୂଚନା ଥାଉକି ଏହି ୨୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ୨୦୧୨ ମସିହାରୁ ଜୁନିଅର ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ୨୦୨୨/୨୩ ବର୍ଷରେ ଏମାନେ ଟିଚର ଇଲିଜିବିଲିଟ୍ ଟେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେବେଠାରୁ ନିୟମିତ କରିବା ପାଇଁ ଶିକ୍ଷକ ସଂଘ ତରଫରୁ ଦାବି ହୋଇ ଆସୁଥିଲା । ଓଡ଼ଗାଁ ବ୍ଳକର ସମସ୍ତ ୫ ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଶିକ୍ଷକ ଲଳୀତ ମୋହନ ମିଶ୍ର ଜାତୀୟ ଶିକ୍ଷାନିତୀ ୨୦୨୦ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ତାହାର ପ୍ରୟୋଗୋ ଓ କାର୍ଯ୍ୟକାରିତା ସମ୍ପର୍କରେ ସଚେତନ କରିଥିଲେ । ଜଣେ ଏବିଓଙ୍କ ସହିତ ଅନ୍ୟ ୧୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଉପଢୌକନ ଦେଇ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସିଆରସିସି ସଂଘ ସଭାପତି ଶ୍ରୀଧର ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ଦିଲ୍ଲୀପ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ସିଆରସିସି ଯଶୋବନ୍ତ ପଟ୍ଟନାୟକ, ରାଜେଶ କୁମାର ଷଡ଼ଙ୍ଗୀ,ଶିକ୍ଷକ ରଞ୍ଜନ କୁମାର ଦାଶ,ସଚ୍ଚିଦାନନ୍ଦ ଦାସ,ପରମାନନ୍ଦ ସ୍ୱାଇଁ,ମୋହନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault