ନୟାଗଡ଼ (ବିଶ୍ୱଜିତ ନାୟକ): -ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମାଡ଼ ଘଟଣାରେ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କୁ ଆଜି ନିଲମ୍ବନ କରାଯାଇଛି । ଗତ ୩୦ ତାରିଖ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଓ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କ ମଧ୍ୟରେ ବଚସା ହୋଇଥିଲା । ଏକ ଜରୁରୀ କାଗଜରେ ଓଡ଼ିଆ ଅଧ୍ୟାପକ ଅଧ୍ୟକ୍ଷଙ୍କ ଦସ୍ତଖତ ପକାଇଥିବା କାରଣରୁ ତାଙ୍କୁ ଓଡ଼ିଆ ବିଭାଗ ସଂଯୋଜକ ପଦରୁ ଅଧ୍ୟକ୍ଷ ବିଦା କରିଥିଲେ । ଯାହାକୁ ନେଇ ଓଡ଼ିଆ ଅଧ୍ୟାପକ ବଚସା କରିବା ସହ ଅଧ୍ୟକ୍ଷଙ୍କୁ ଏକ ଶକ୍ତ ଚାପୁଡ଼ା ପକାଇଥିଲେ । ଏହି ଘଟଣାରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ କରି ଗୁରୁବାରଠାରୁ ମହାବିଦ୍ୟାଳୟର ଶତାଧିକ କର୍ମଚାରୀ ଧାରଣା ଦେଇଥିଲେ । କର୍ମଚାରୀଙ୍କ ଦାବି ମୁତାବକ ଜିଲ୍ଲା ପ୍ରଶାସନ ତୁରନ୍ତ ଗଭର୍ଣ୍ଣିଂ ବଡି ଗଠନ କରିଥିଲା । ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟିଙ୍କୁ ନିଲମ୍ବନ କରିଛନ୍ତି । ଏହା ସହିତ ନିଲମ୍ବନ ସମୟରେ ନୂଆଗାଁ ବ୍ଲକ ମାଳିସାହି ଗତିଶ୍ୱର ମହାବିଦ୍ୟାଳୟରେ ହାଜିରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ ଜିଲ୍ଲା ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ରହିଛି । ଓଡ଼ିଆ ଅଧ୍ୟାପକଙ୍କୁ ନିଲମ୍ବନ ପରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ କର୍ମଚାରୀଙ୍କୁ ଧାରଣା ପ୍ରତ୍ୟାହୃତ ହୋଇଛି ।
ରାଜ୍ୟ
ଅଧ୍ୟକ୍ଷଙ୍କୁ ମାଡ଼ ଘଟଣା: ଓଡ଼ିଆ ଅଧ୍ୟାପକ ବାନାମ୍ବର ପୃଷ୍ଟି ନିଲମ୍ବିତ
- Hits: 25