ହେଡଲାଇନସ୍:

ସୋଆରେ ପିଏମ୍କେଭିୱାଇ ୮ମ ବ୍ୟାଚ ଶିକ୍ଷାନବୀସଙ୍କୁ ପ୍ରମାଣପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର,ଜାନୁଆରୀ ୧୩ : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ବିଏମ୍କେଭିୱାଇ) ଅଧୀନରେ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଦକ୍ଷତା ବିକାଶ ନିମନ୍ତେ ତାଲିମ ପାଇଥିବା ଶିକ୍ଷାନବୀସ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
ଏକ ବିଶେଷ ଉତ୍ସବରେ ତାଲିମ ଗ୍ରହଣ କରିଥିବା ୮ମ ବ୍ୟାଚର ଶିକ୍ଷାନବୀସ ମାନଙ୍କୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ପ୍ରଫେସର ନନ୍ଦ ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଶିଳ୍ପ ନିମନ୍ତେ ପ୍ରସ୍ତୁତ କରାଯାଇପାରୁଛି ବୋଲି କହି ସୋଆ ବୈଷୟିକ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ । ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍କିଲ ହବ୍ ଇନିସିଏଟିଭ୍ ଯୋଜନା ଅଧୀନରେ ପିଏମ୍କେଭିୱାଇ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ତଥା ସେଂଟର ଫର୍ ସ୍କିଲ୍ ଡେଭଲପ୍ମେଂଟ ଆଣ୍ଡ ଏନ୍ଟରପ୍ରିନିୟରସିପର କର୍ମକର୍ତାଗଣ ଉପସ୍ଥିତ ଥିଲେ ।
ସ୍କିଲ୍ ଡେଭଲପ୍ମେଂଟ ଆଣ୍ଡ ଏନ୍ଟରପ୍ରିନିୟରସିପ୍ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଅଶୋକ କୁମାର ନାୟକ ମଧ୍ୟ ଏହି ଅବସରରେ ନିଜର ମତ ରଖିଥିଲେ । ଶ୍ରୀ ରାମକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault