ହେଡଲାଇନସ୍:

ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ହାସରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦାୟଗିରିରେ ଥିବା ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି l ଏହି ଉତ୍ସବରେ ପୂର୍ବତ୍ତନ ବିଶୋପ ମହାଆଚାର୍ଯ୍ୟ ବାଞ୍ଛାନିଧି ନାୟକ, ବାଇବଲ ଶିକ୍ଷକ/ଚେୟାରମେନ ଆଚାର୍ଯ୍ୟ ରାଜକିଶୋର ଦିଗାଲ, ଆଡ଼ମିନିଷ୍ଟ୍ରେଟର ପ୍ରଦୀପ ମଲିକ, ସଭ୍ୟ ଆଲୋକ ଚନ୍ଦ୍ର ନାୟକ, ଅନୀଲ କୁମାର ପ୍ରଧାନ, ସନ୍ଧ୍ୟାରାଣୀ ନାୟକ, ସିଗ୍ନଦ୍ଧାରାଣୀ ନାୟକ, ଡାକ୍ତର ଦେବରାଜ ଦାସ ଓ ଆଶ୍ରୟ ରାଜ ଦିଗାଲଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଆଚାର୍ଯ୍ୟ ରାଜକିଶୋର ଦିଗାଲ ପ୍ରାର୍ଥନା କରିବା ସହ ବାଇବଲ ପଠନ କରି ଉତ୍ସଵ ଉଦଘାଟନ କରିବା ସହ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକ ମେଡିକାଲ ସମ୍ପର୍କରେ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିବା ସହ ଆଶ୍ରୟ ରାଜ ଦିଗାଲଙ୍କୁ ହସ୍ପିଟାଲରେ ପରିସରରେ ଥିବା ଜମିରେ ଚାଷ କରିବା ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇ ଥିଲା l ଏମଏମସିଏଚର ଆଡ଼ମିନିଷ୍ଟ୍ରେଟର ଡାକ୍ତର ପ୍ରଦୀପ ମଲ୍ଲିକ ଦୁଇ ମହାନ ବ୍ୟକ୍ତିତ୍ୱ ପୂର୍ବତନ ବିଶୋପ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକ ଓ ବାଇବଲ ଶିକ୍ଷକ ଆଚାର୍ଯ୍ୟ ରାଜକିଶୋର ଦିଗାଲଙ୍କ ହସ୍ପିଟାଲର ପୁନଃରୁଦ୍ଧାରରେ ଥିବା ଭୂମିକା ସମ୍ପର୍କରେ ଉପସ୍ଥିତ ଅତିଥିଙ୍କୁ ଅବଗତ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ନାନିତ କରିଥିଲେ l ଏହି ହସ୍ପିଟାଲ ବର୍ଷ ବର୍ଷ ଧରି କେବଳ କନ୍ଧମାଳ ନୁହେଁ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉ ଥିଲା l ବର୍ତ୍ତମାନ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା ଜାରୀ ରହିଛି ବୋଲି ଏମଏମସିଏଚଟିର ଚେୟାରମ୍ୟାନ ଆଚାର୍ଯ୍ୟ ରାଜକିଶୋର ଦିଗାଲ ସୂଚନା ଦେଇଛନ୍ତି l

0
0
0
s2sdefault