ହେଡଲାଇନସ୍:

ଓଡ଼ଗାଁ ତହସିଲ କର୍ମଚାରୀଙ୍କ ଅପମାନ ଜନକ ମନ୍ତବ୍ୟକୁ ନେଇ ବିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ଓକିଲ ସଂଘ    


ଓଡ଼ଗାଁ,୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଅପମାନ ସୂଚକ ମନ୍ତବ୍ୟକୁ ଓଡ଼ଗାଁ ବାର ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ଗତ ଡିସେମ୍ବର ୩୦ ତାରିଖରେ ଆସୋସିଏସନର ସଭ୍ୟ ଆଡଭୋକେଟ ପବିତ୍ର ମୋହନ ସାହୁ ଗୋଟିଏ ମାମଲାର ଶୁଣାଣି ଥିବାରୁ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବଂ ସମ୍ପୃକ୍ତ ବେଞ୍ଚ୍ କ୍ଳରକଙ୍କୁ ମାମଲା ସମ୍ବନ୍ଧୀୟ ନଥିପତ୍ର ନେଇ ତହସିଲଦାରଙ୍କ ଅଦାଲତକୁ ଆସିବା ପାଇଁ ସୁଚିତ କରିଥିଲେ । କ୍ଳରକଙ୍କ କହିବା ଅନୁସାରେ ଅପେକ୍ଷା କରିଥିଲେ ମଧ୍ୟ ଅତିରିକ୍ତ ବିଳମ୍ବ ଯୋଗୁଁ ଓକିଲ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ସେଠାରେ ଥିବା ଅନ୍ୟ ଓକିଲ ମାନଙ୍କ ସହିତ ୨ ଜଣ ମହିଳା କ୍ଳରକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏବଂ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଆଜି ଓକିଲ ସଂଘ ତରଫରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତଦନ୍ତ ପରେ ଏହାର ଫଳାଫଳ ଜଣାପଡ଼ିବ ।

 

0
0
0
s2sdefault