-
ଏମଏମ ସରକାର, ମହାଙ୍ଗା ମାଡ଼ ସରକାର
-
ଡବଲ ଇଂଜିନ ଡବଲ ମାଡ଼
-
ଲମ୍ୱା ଲମ୍ୱା ଭାଷଣ, କାମ ଘର ଶୂନ
ଭୁବନେଶ୍ୱର, ୦୬/୦୧/୨୦୨୫: ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଡାକରାରେ ଆଜି ଲୋକସେବା ଭବନ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ବର୍ଷିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଥିଲେ, ଜୁନ ମାସରେ ବିଜେପି ସରକାର ଗଠନ ହେଲା । ସାତ ମାସ ହୋଇଗଲା କେବଳ ଲମ୍ୱା ଲମ୍ୱା ଭାଷଣ ଆମେ ଏବେ ଶୁଣୁଛୁ, କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ କିଛି ଆrନ ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି, କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବାପରି ଜଣାପଡ଼ୁ ନାହିଁ । ଡାଲି, ତେଲ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶକୀୟ ଜିନିଷର ଦର ଏବେ ଆକାଶଛୁଅାଁ । ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଆଇ ମା କାହାଣୀ କହି ସରକାର ଖୁସି ହେଉଛନ୍ତି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି, ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି, କିନ୍ତୁ ନେତାଙ୍କ ସମୟ ନିଜ ପ୍ରୋମୋସନରେ ବିତୁଛି । ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ବିଜେଡି ଠାରୁ କମ୍ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି, ଡବଲ ଇଂଜିନ ଡବଲ ମାଡ଼ । ଏପଟେ ଦରବୃଦ୍ଧି ମାଡ, ସେପଟେ ଜିଏସ୍ଟି ମାଡ଼, ସବୁ ଜିନିଷରେ ଜିଏସ୍ଟି, ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି ।
ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ଏମ୍ଏମ୍ ସରକାର, ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ ।
ଭୁବନେଶ୍ୱର ସଲଗ୍ନ ଜିଲ୍ଲା ମାନଙ୍କରୁ ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଲୋକ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଲୋକସେବା ଭବନ ସମ୍ମୁଖରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଦଳଗତ ଭାବେ ବିଭିନ୍ନ ଦିଗରୁ ବିଜେପି ସରକାରଙ୍କ ବିରୋଧରେ ପ୍ଲାକାର୍ଡ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ସଭାସ୍ଥଳରେ ପହଞ୍ଚିଥିଲେ ।
ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବରିଷ୍ଠ ନେତାମାନେ ଯଥା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ ପ୍ରତାପ ଦେବ, ଶ୍ରୀ ପ୍ରତାପ ଜେନା, ଶ୍ରୀ ଅରୁଣ ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ, ଶ୍ରୀ ଧୃବ ସାହୁ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ଅମରେଶ ପତ୍ରି, ଶ୍ରୀ ବଦ୍ରି ପାତ୍ର, ଶ୍ରୀ ଅମର ପଟ୍ଟନାୟକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ବିଭୂତି ବଳବନ୍ତରାୟ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀ ନିରଞ୍ଜନ ପୂଜାରୀ , ଶ୍ରୀ ଗଣେଶ୍ୱର ବେହେରା, ଡଃ ପ୍ରିୟବ୍ରତ ମାଝୀ, ଡଃ ଲେନିନ୍ ମହାନ୍ତି, ଶ୍ରୀ କଳିକେଶ ସିଂହଦେଓ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ନବକିଶୋର ମଲ୍ଲିକ, ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ପ୍ରଦୀ ଅମାତ, ମୁନ୍ନା ଖାନ, ଡଃ ସସ୍ମିତ ।ତ୍ର, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ପଦୀ ମାଝୀ, ଶ୍ରୀ ରମେଶ ମାଝୀ, ଶ୍ରୀ ମାନସ ମାଡକାମୀ, ଶ୍ରୀ ଅଶ୍ୱିନୀ ।ତ୍ର, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀ ସାରଦା ଜେନା, ଶ୍ରୀ ପ୍ରଶାନ୍ତ ମୁଦୁଲି, ଶ୍ରୀ ସୁନିଲ ମହାନ୍ତି, ଶ୍ରୀ ରମାକାନ୍ତ ଭୋଇ, ଶ୍ରୀ ରୁଦ୍ର ମହାରଥୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ରମେଶଚନ୍ଦ୍ର ଚ୍ୟାଉଟ୍ଟନାୟକ, ଶ୍ରୀ ସାରଦା ନାୟକ, ଶ୍ରୀ ସୁଧୀର କୁମାର ସାମଲ, ଶ୍ରୀ ସଞ୍ଜୀବ ମଲ୍ଲିକ, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ରମେଶ ବେହେରା, ଶ୍ରୀ ସମ୍ବିତ ରାଉତରାୟ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ସୁବ୍ରତ ଛାଟୋଇ ଓ ଦଳର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ ।