ଭୁବନେଶ୍ୱର: ଡି ଏମ ସ୍କୁଲ ଭୁବନେଶ୍ୱରର ୧୯୯୯ ରେ ଦଶମ ପାସ କରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଳୟରୁ ପାସ୍ କରିବାର 25 ବର୍ଷ ପାଳନ କରିଥିଲେ| ଆରଆଇଇ କ୍ୟାମ୍ପସରେ, ଡି ଏମ ସ୍କୁଲ ପ୍ରାଙ୍ଗଣରେ, ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା| ଏହି ମିଳନରେ ୬୦ ରୁ ଉର୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ| ବନ୍ଧୁ ମିଳନ ଅବସରରେ, ସେମାନେ ନିଜ ପୂର୍ବତନ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସମ୍ମାନରେ ଏକ ସମାରୋହର ଆୟୋଜନ ମଧ୍ୟ କରିଥିଲେ| ଆରଆଇଇ ପ୍ରିନସିପାଲ ପ୍ରଫେସର ପି ସି ଅଗ୍ରୱାଲ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ, ଏବଂ ଡି ଏମ ସ୍କୁଲର ବର୍ତ୍ତମାନର ପ୍ରଧାନ ଶିକ୍ଷକ ଶ୍ରୀ ଅଖିଳେଶ୍ଵର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ| ତିରିଶ ରୁ ଉର୍ଧ ଶିକ୍ଷକ-ଶିକ୍ଷୟିତ୍ରୀ ଓ କାର୍ଯ୍ୟକର୍ତା ମାନଙ୍କୁ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଛାତ୍ରଛାତ୍ରୀ ମାନେ କୃତଜ୍ଞତା ଜଣାଇଥିଲେ|
1999 ର ବ୍ୟାଚ୍ ନିଜ ସ୍କୁଲ ଜୀବନର ସନ୍ତକ ସ୍ୱରୂପ, ସ୍କୁଲକୁ ଖ୍ୟାତନାମା କଳାକାର ମହେନ୍ଦ୍ର ସମଲଙ୍କ ଦ୍ୱାରା ନିର୍ମିତ ମା' ସରସ୍ୱତୀଙ୍କର ପ୍ରସ୍ଥର ପ୍ରତିମା ପ୍ରଦାନ କରିଥିଲେ
ରାଜ୍ୟ
୧୯୯୯ ମସିହାରେ ଡିଏମ ସ୍କୁଲ ଭୁବନେଶ୍ୱରରୁ ସ୍ନାତକୋତ୍ତର ର ୨୫ ବର୍ଷ ପୂର୍ତ୍ତି ପାଳିତ
- Hits: 65