ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ, ଅମାନିଆ ଗାଡି ଚାଳକ ମାନଙ୍କୁ ଚେତନତା କରାଇବା ଏବଂ ଟ୍ରାଫିକ୍ ନିୟମକୁ କଡ଼ା କଡ଼ି ପାଳନ କରିବା ନିମନ୍ତେ ଆଜି ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ପଥୋତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି।
ଆଜିର ଉକ୍ତ କାର୍ଯ୍ୟକ୍ରମ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଭବନ ରୁ ୱ।କାଥନ୍ ଦ୍ଵାରା ଆରମ୍ଭ ହୋଇଥିଲା। ଆଜି ଜାନୁଆରୀ ମାସ ୪ ତାରିଖ ଶନିବାର ୨୦୨୪ ତାରିଖ ରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ମାସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ଶୋଭିଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମୁଖ୍ୟ ସଡକ ହୋଇ କାର୍ଯ୍ୟକ୍ରମ ମୁଖ୍ୟ ସ୍ଥଳ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା। ଉକ୍ତ ସଡ଼କ ସୁରକ୍ଷା ଶୋଭାଯାତ୍ରା ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଦିବ୍ୟ ଶକ୍ତି ଇଂରାଜୀ ମିଡିୟମ ସ୍କୁଲ ଓ କାଲାମ୍ କମ୍ପ୍ୟୁଟର ଶିକ୍ଷାକେଦ୍ର ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର କେଡେଟ୍ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ , ଏନ୍ ସି ସି ଆର୍ମି ଅଫିସର୍ ରଜନିକାନ୍ତ ତ୍ରିପାଠୀ, ଏନ୍ ସି ସି ନାଭାଲ ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କାର୍ଯ୍ୟକ୍ରମ ର ବିଭିନ୍ନ ସମ୍ମାନନୀୟ ଅତିଥି ଉପସ୍ଥିତ ଥିଲେ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାପରେ। ସେଠାରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ଵାଗତ କରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ରୁପେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ସମେତ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ କର,ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ନଗରପାଳ ଗୋପବନ୍ଧୁ ମହାପାତ୍ର,ଥାନା ଅଧିକାରୀ କୁମାର ମୁଦୁଲି,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,ଅବକାରୀ ଅଧିକାରୀ ଅଲିଭା ମାଝୀ,ରୋଟାରୀ କ୍ଳବ ସଭାପତି ରଞ୍ଜିତ ବାରିକ, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଗୋବିନ୍ଦ ରାଓ,ବିପ୍ରଚରଣ ବାରିକ,ମୋଟର୍ ଯାନ ନିରିକ୍ଷକ ଶର୍ମିଳା ମହାରଣା ମଞ୍ଚରେ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ସଡ଼କ ସୁରକ୍ଷା ସଚେତନତା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଯେପରିକି ଟ୍ରାଫିକ ନିୟମ ପାଳନ କରିବା,ମଦ୍ୟପାନ କରି ଗାଡି ନଚଳାଇବା ଦୁର୍ଘଟଣା ଦ୍ବାରା ପରିବାର ଭୟଙ୍କର କ୍ଷତି ସଂର୍ପକରେ ସଚେତନ କରାଇଥିଲେ। ଏଥିସହ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂର୍ପକରେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ବାରା ସଚେତନତା ମୂଳକ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିସହ ସଡ଼କ ସୁରକ୍ଷା ବାର୍ତ୍ତା କୁ ଉଦ୍ ବୃଦ୍ଧ କରୁଥିବା ବିଭିନ୍ନ ରଙ୍ଗୋଲି,ବଡ କୋଦଣ୍ଡାର ପ୍ରସିଦ୍ଧ କଣ୍ଢେଇ ନାଚ,ସେଲ୍ଫି ପଏଣ୍ଟ୍,ଉଦ୍ଧାର ଶୈଳୀ,ଦସ୍ତଖତ ଅଭିଯାନ ଆଦି ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନ ତଥା ସଡ଼କ ଦୁର୍ଘଟଣା କୁ ଯେପରି ରୋକାଯାଇ ପାରିବ ସେ ବିଷୟରେ ସବୁକିଛି ପ୍ରଚେଷ୍ଟା କରାଯାଇଥିଲା।