ରାଜଧାନୀ ଶିକ୍ଷକ ସମୂଦ୍ର : ସରକାର ନେଲେ ୧୫ ଦିନର ମହଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝି : ଆନ୍ଦୋଳନକୁ ଓହ୍ଲାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ରାଜ୍ୟ ସରକାର ପନ୍ଦରଦିନର ମହଲତ ମାଗିଛନ୍ତି । ସେମାନଙ୍କ ୩ଦଫା ଦାବି ଉପରେ ରାଜ୍ୟ ସରକାର ବିଚାର ଆରମ୍ଭ କରିଛନ୍ତି ଓ ଖୁବ ଶୀଘ୍ର ସମାଧାନର ବାଟ ବାହାର କରାଯିବ । ଦୁଇ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ  ସରକାରଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଯିବା ପାଇଁ ଆପାତତଃ ରାଜି ହୋଇଛନ୍ତି ।  ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶିକ୍ଷକ ସଂଘ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଶିକ୍ଷକଙ୍କ ଦାବି ନେଇ ୨ଟି କମିଟି ଗଠନ କରାଯାଇଛି। ଶିକ୍ଷକଙ୍କ ଦାବି ସମ୍ପର୍କରେ କମିଟି ବିଚାର କରିବ। କମିଟି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯିବ। ଆନ୍ଦୋଳନରୁ ଓହରିବା ପାଇଁ ଶିିକ୍ଷକଙ୍କୁ ଅନୁରୋଧ କରାଯାଇଛି।

 

0
0
0
s2sdefault