ହେଡଲାଇନସ୍:

ଧାନ ମଣ୍ଡିରୁ ଧାନ ଉଠୁ ନଥିବାରୁ ରାଜରାସ୍ତାରେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,୨୪/୧୨/୨୦୨୪ଶାସକ ପ୍ରଶାସକ (ପ୍ରକାଶ ହାତୀ):ନୂତନ କରି ଆସିଥିବା ସରକାର ଚାଷୀଙ୍କୁ ମୁଖ୍ୟ ଗୁରୁତ୍ଵ ଦେବାସହ ଧାନ ବିକ୍ରି ପାଇଁ ୩୧00 ଘୋଷଣା କରିଥିଲେ l ଚଳିତ ବର୍ଷ ଧାନ କିଣା ଆରମ୍ଭରୁ କିନ୍ତୁ କେଉଁଠି ଟୋକନ ଟେନସନ ତ ଆଉ କେଉଁଠି ଏଫଏକ୍ୟୁ ମାନର ଧାନ ଚିନ୍ତା ତ ଆଉ କେଉଁଠି ମିଲର୍ଷଙ୍କ ମାନମନିରେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ରାଜରାସ୍ତାରେ l
ସୁବର୍ଣ୍ଣପୂର ଜିଲ୍ଲାରେ ଗତ ୧୦ ତାରିଖରୁ ଧାନ କିଣା ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିଲା l ପ୍ରଥମ କରି ଜିଳ୍ଲାର ବିନିକା ଓ ଡୁଙ୍ଗୁରିପାଳି ବ୍ଲକରେ ଆନୁଷ୍ଠାନିକ ଭାବରେ ପୂଜା ପାଠ କରି ଜିଲ୍ଲା ପ୍ରଶାସନ ଚଲିତ ବର୍ଷର ଧାନକିଣା ଆରମ୍ଭ କରିଥିଲା l କିନ୍ତୁ ଧାନ କିଣା ଆରମ୍ଭରୁ ବିନିକା ଧାନମଣ୍ଡିରେ ଚାଷୀ ଜିଲ୍ଲାପାଲଙ୍କ ଉପସ୍ଥିତିରେ ଟୋକନ ଟେନସନକୁ ନେଇ ହୋହାଲ୍ଲା କରିଥଲେ ଚାଷୀ l ଆଜିକୁ ୧୪ ଦିନ ହେବ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ହେଁ କେଉଁଟି ଧାନ ବିକ୍ରି ପାଇଁ ଟୋକନ ଟେନସନ ରହୁଛି ତ ଆଉ କେଉଁଠି ଏନାଲାଇଜର ମେସିନ ପାଇଁ ଚାଷୀ ଧାନ ବିକ୍ରି କରି ପାରୁନି l ଆଜି ଡୁଙ୍ଗୁରିପାଳି ବ୍ଲକ ସାରସମାଲ ସାଇଁ ବାବା ସ୍ଵୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ଧାନ ବସ୍ତା ରଖି ବରଗଡ଼ ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ସାରସମାଲ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି l କିଛି ମଣ୍ଡିରୁ ଧାନ ଉଠୁ ଥିବା ବେଳେ ଆଉ କିଛି ମଣ୍ଡିରେ ପଡ଼ି ରହିଛି ଚାଷୀର ହଜାର ହଜାର ବସ୍ତା ଧାନ l ସାରସମାଲ ମଣ୍ଡିରୁ କିଛି ଦୀନ ହେବ ଧାନ ଉଠୁ ନଥିବାରୁ ପୂର୍ବରୁ ପ୍ରଶାସନକୁ ଅନେକ ଥର ଜଣାଇବା ପରେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ରାଜ ରାସ୍ତାକୁ ଉଳାଇଛନ୍ତି ଚାଷୀ l ବରଗଡ଼ ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ସାରସମାଲ ଠାରେ ଚାଷୀ ଧାନ ବସ୍ତା ରଖି ରାସ୍ତା ରୋକ ସହ ଧାରଣାରେ ବସିଛନ୍ତି l ଜିଲ୍ଲା ପ୍ରଶାସନକୁ ପୂର୍ବରୁ ଏନେଇ ଚାଷୀ ଅସୁବିଧା ଜଣାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ରାଜରାସ୍ତାରେ ଚାଷୀ l ଯେତେ ସମୟ ପର୍ୟ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ନହୋଇଛି ସେତେ ସମୟ ପର୍ଯ୍ୟନ୍ତ ଚାଷୀ ଧାରଣାରେ ବସି ରହିଥିବେ ବୋଲି ପ୍ରକାଶ କରିଛନ୍ତି l
ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରି ପୁଣି ରବି ଋତୁର ଧାନ ଚାଷର କାର୍ଯ୍ଯ ଆରମ୍ଭ କରିବାକୁ ମାନରେ ଥିଲା ଅନେକ ଆଶା l କିନ୍ତୁ ଚଳିତ ବର୍ଷର ଧାନ କିଣା ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛି ଚାଷୀ l ଚାଷୀ ଚାଷ କାର୍ଯ୍ଯ ଆରମ୍ଭରୁ ସାହୁକାର ପାଖରୁ ଋଣ ଆଣି ଚାଷ କଟିଥାଏ l ଚାଷୀ ଧାନ ବିକ୍ରି କରିବା ପରେ ସାହୁକାର ପାଖରୁ ଆଣିଥିବା ଋଣକୁ ପରିଶୋଧ କରିଥାନ୍ତା l କିନ୍ତୁ ଏଥର ମଣ୍ଡିରେ ରହିଥିବା ଏନାଲାଇଜର ମେସିନରେ ଯେମିତି ଧାନ ନେଲେ ଚାଷୀର ଏଫଏକ୍ୟୁ ମାନର ଧାନ ଦେଖାଇ ପାରୁନି l ସେଥିପାଈଁ ଚାଷୀ ଏନାଲାଇଜର ମେସିନକୁ ମଧ୍ୟ ବିରୋଧ କରି ପୂର୍ବ ବର୍ଷ ଭଳି ଧାନକିଣା କରାଯିବା ପାଇଁ ଦାବି ରଖୁଛନ୍ତି l ମିଲର୍ଷଙ୍କ ମନମାନିରେ ମଣ୍ଡିକୁ ଗାଡ଼ି ଆସୁନଥିବାରୁ ମଣ୍ଡିରେ ପଡ଼ି ରହିଛି ସହ ସହ ବସ୍ତା ଧାନ l ଚାଷୀ ରାଜ ରାସ୍ତାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବିଭାଗୀୟ ଅଧିକାରୀ, ସୁବର୍ଣ୍ଣପୁର ଉପ ଜିଲ୍ଲାପାଲ, ତହସିଲ ଦାର,ପୋଲିସ ପ୍ରଶାସନ,ଯୋଗାଣ ଅଧିକାରୀ,ଆର ଏମ୍ ସି ଷ୍ଟାଫ୍ ମଧ୍ୟ ଘଟଣା ସ୍ଥଳରେ ଆସି ଚାଷୀଙ୍କ ସହ ଆଲୋଚନା କରିଥଲେ l ବିଭାଗୀୟ ଅଧିକାରୀ ମାନେ ଚାଷୀଙ୍କ ଶହ ଆଲୋଚନା କରିଥିଲେ ମଧ୍ୟ ଚାଷୀ ଧାନ ମଣ୍ଡିରେ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ରାସ୍ତାରୁ ଉଠିବେ ନାହିଁ ବୋଳି କହିଛନ୍ତି l ବିଭାଗୀୟ ଅଧିକାରୀ ମାନେ ଚାଷୀଙ୍କୁ ବୁଝାସୁଝା କରି ବିନା କଟଣି ଛଟଣି ରେ ଚାଷୀ ଙ୍କ ଉଠାଇ ଥିଲେ ଧାନ।

0
0
0
s2sdefault