ସୁବର୍ଣ୍ଣପୁର,୨୪/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ):ଆସନ୍ତା ୦୧.୦୧.୨୦୨୫ ରୁ ୦୭.୦୧.୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡକ ସୁରକ୍ଷା ସପ୍ତାହ ୨୦୨୫ ର ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ବିଶେଷ ଗରୁତ୍ୱାରୋପ କରିବାକୁ ଅତିରିକ୍ତ ଜିଲ୍ଲପାଳ ପରାମର୍ଶ ଦେବା ସହିତ ସମ୍ପୃକ୍ତ ଅଧିକାରୀଙ୍କୁ ନିଜନିଜ ବିଭାଗୀୟ ଦାୟିତ୍ୱ ଓ କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ପ୍ରଦାନ କରିଛନ୍ତି l ବୈଠକ ରେ ପରିବହନ ବିଭାଗ ସୁବର୍ଣ୍ଣପୁର ଙ୍କ ତରଫରୁ ଆର ଟି ଓ ଅକ୍ଷୟ କୁମାର ଜେନା ସପ୍ତାହ ପାଳନ ନିମନ୍ତେ ହେବାକୁ ଥିବା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ର ତଥ୍ୟ ପ୍ରଦାନ କରିଥିଲେ l ସପ୍ତାହ ପାଳନ ପରିପ୍ରେକ୍ଷୀରେ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ କୁ ବିଶେଷ ଗୁରୁତ୍ୱ କରିବାକୁ ବିସ୍ତୃତ ଆଲୋଚନା ହୋଇ ସଡକ ସୁରକ୍ଷା ସପ୍ତାହ ୨୦୨୫ ନିମନ୍ତେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସପ୍ତାହ ପାଳନର ଉଦଘାଟନୀ ଦିବସରେ ବିଭିନ୍ନ ଅନୁଷ୍ଠାନ, ଏନ ସି ସି, ସ୍ବେଛାସେବୀ ଅନୁଷ୍ଠାନ ପ୍ରଭୁତି ର ସଦସ୍ୟା ସଦସ୍ୟ ଙ୍କୁ ନେଇ ସହରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରାଯିବ ଳ ତତ ସହ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ସଚେତନତା ରଥ ଦ୍ଵାରା ଜନସାଧାରଣ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଡକ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଭିଡ଼ିଓ ପ୍ରଦର୍ଶନ ଓ ପ୍ରାଚୀର ପତ୍ର ଓ ଲିଫଲେଟ ବଣ୍ଟନ କରାଯିବ l ସପ୍ତାହ କୁ ବିଶେଷ ସ୍ମରଣୀୟ କରିବାକୁ ଏକ ରକ୍ତଦାନ ଶିବିର ଅୟୋଜନ ସହ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ ଅନୁଷ୍ଠିତ କରାଯିବ l ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବର୍ଗ ରେ ସଡ଼କ ସୁରକ୍ଷା ର ବାର୍ତ୍ତା କୁ ପହଂଚାଇବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇ ଉଦଯାପନୀ ଦିବସରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ l ବିଭାଗ ତରଫରୁ ସଡ଼କ ଦୁର୍ଘଟଣା ସମୟରେ ଓ ପରେ କିପରି ଭାବେ ଆମେ ଆହତ ବ୍ୟକ୍ତି ର ତୁରନ୍ତ ଆଶୁ ଚିକିତ୍ସା ର ବ୍ୟବସ୍ଥା କରିପାରିବା ସେଥିପାଇଁ ରକ୍ଷକ ଯୋଜନା ଅଧୀନରେ ପ୍ରାଥମିକ ଚିକିତ୍ସା ଟ୍ରେନିଂ ର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି l ଅଦ୍ୟ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ରାଜ୍ୟ
ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ନିମନ୍ତେ ପ୍ରସ୍ତୁତି ବୈଠକ : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ଗରୁତ୍ୱାରୋପ
- Hits: 25