ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା - ୨୦୨୪ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା - ୨୦୨୪ ଉଦଘାଟିତ ହୋଇଯାଇଛି।
ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ଯକ୍ଷତାରେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା , ମାନ୍ୟବର ମନ୍ତ୍ରୀ , ବାଣିଜ୍ୟ , ପରିବହନ , ଇସ୍ପାତ ଏବଂ ଖଣି ବିଭାଗ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ଆନୁଷ୍ଠାନିକ ଭାବେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା - ୨୦୨୪ କୁ ଉଦ୍ଘାଟନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମୋହନା ବିଧାୟକ ଦାଶରଥ୍ ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଭାପତି ଗଜପତି ଜି.ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ଯକ୍ଷା ନିର୍ମଳା ସେଠୀ , ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି ,
ବିଜେପି ମେଡିଆସେଲ ଆବାହକ ପିଙ୍କି ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି ନିଜ ନିଜ ଅବିଭାଷଣ ରଖିଥିଲେ।
ପାରଳା ର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର କଣ୍ଠଶିଳ୍ପୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ଏହି ଅବସରରେ ମଞ୍ଚାସୀନ ଅତିଥୂ ମାନଙ୍କ ଦ୍ଵାରା ଗଜପତି ଉତ୍ସବର ସ୍ମରଣୀକା "ଗଜପତି" ପୁସ୍ତକ ଉନ୍ମୋଚନ ହେଇଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଥମେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥବା ମଶାଲ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପା ମାଲ୍ୟାର୍ପଣ , ସହର ପରିକ୍ରମ କରି ଉତ୍ସବ ସ୍ଥଳରେ ପହଞ୍ଚିବା ପରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥୁଲା।
ପ୍ରଥମ ସଂଧ୍ୟାରେ ଜିଲ୍ଲା , ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ନୃତ୍ୟ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖୁବା ସହ ସାଂସ୍କୃତିକ ସନ୍ଧ୍ୟାର ଭରପୁର ମଜା ଉଠାଇ ଥିଲେ ଦର୍ଶକ।

0
0
0
s2sdefault