ଭୁବନେଶ୍ବର, ୯ ଡିସେମ୍ବର ୨୦୨୪:ସ୍ଥାନୀୟ ଅର୍ବାନ ମେଟ୍ରୋପଲିଟାନ ସର୍ଭିଲାନ୍ସ ୟୁନିଟ୍ କନଫରେନ୍ସ ହଲରେ ଆଜି ଆଇଇସି/ବିସିସି ଗତିଶୀଳତା ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରାଞ୍ଚଳରେ ଜଳବାହିତ ରୋଗ, ବାହାକ ଜନିତ ରୋଗ, ସୁରକ୍ଷିତ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଉପରେ ବିଷଦ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ୟୁଏମଏସୟୁ ନୋଡାଲ ଅଫିସର, କନ୍ସଲଟାଣ୍ଟ ଏନୟୁଏଚଏମ, ଡିପିଏଚଓ, ଏଡିପିଏଚ ଓ ଡିସି ଖୋର୍ଦ୍ଧା, ଏଡିୟୁଏଚ, ଏଡି ଏମଏଚ, ଜେଡି ଆଇଡିଏସପି, ଏଡି ଭିବିଡି, ଜେଡି ଏନଭିବିଡିସିପି, ସିନିଅର କନ୍ସଲଟାଣ୍ଟ ଏନୟୁଏଚଏମ, ନୋଡାଲ ଅଫିସର ସ୍ନେକ୍ ବାଇଟ ଆଣ୍ଡ୍ ଏନଆରସିପି, ନୋଡାଲ ଅଫିସର ଏନପିଏଚଏଚ ଆଣ୍ଡ୍ ସିସି, ଅତିରିକ୍ତ ନିର୍ଦ୍ଦେଶକ ଏନସିଡି, ଏଡି ଭିବିଡି, ସିପିଏମ ଭୁବନେଶ୍ୱର ଏବଂ ମେଣ୍ଟାଲ ହେଲଥ୍ କନ୍ସଲଟାଣ୍ଟ, ଆକାଉଣ୍ଟାଣ୍ଟ (ବିଏମସି) ଆଦି ଯୋଗ ଦେଇଥିଲେ ।