ଜଗତସିଂହପୁର,ତା-୦୮.୧୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ ଧାନ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଅତିରିକ୍ତ ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ଯାହା ଫଳରେ ଧାନ କିଣା ର ସର୍ବନିମ୍ନ ସହାୟତା ରାଶି କୁ ୨୩୦୦ ଟଙ୍କା ରୁ ବୃଦ୍ଧି କରି ୩୧୦୦ ଟଙ୍କା କରିଛନ୍ତି। ଏ ନେଇ ବରଗଡ଼ ର ସୋହେଲା ଠାରେ ଏକ ଭବ୍ୟ ସମାରୋହ ରେ ମୁଖ୍ୟମନ୍ତ୍ରୀ ଏହି ରାଶି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ରେ ଆୟୋଜିତ କରଯାଇଥିଲା ।ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଉପସ୍ଥିତ ରହି କୃଷକ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହାସହ ଜିଲ୍ଲା ର ୨୦୦୦ ରୁ ଅଧିକ ଚାଷୀ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମ କୁ ଆଭାସୀ ମାଧ୍ୟମ ରେ ଦେଖିଥିଲେ l ସୂଚନାନୁସାରେ, ଏହି ସବସିଡି ଇନପୁଟ ରାଶି ମାତ୍ର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟ କୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟକୁ ଟଙ୍କା ଯିବ ।ଚାଷୀଙ୍କ ମନରେ ଯେପରି କୌଣସି ଦ୍ଵନ୍ଦ ନରୁହେ, ସେଥିପାଇଁ ପ୍ରତ୍ୟେକ ମଣ୍ଡିର ସୂଚନା ଫଳକରେ ମଣ୍ଡି ନୋଡଲ ଅଫିସର ଓ ମଣ୍ଡି ସୁପରଭାଇଜରଙ୍କ ନାମ ସହିତ ତାଙ୍କ ମୋବାଇଲ ନମ୍ୱର ପ୍ରଦର୍ଶନ କରା ଯାଉଛି । ଏହା ଛଡା, ପ୍ରତ୍ୟେକ ମଣ୍ଡିରେ CCTV ଲଗାଇବା ସହତି ଏକ କେନ୍ଦ୍ର ସ୍ତରୀୟ Control Room ଓଡିଶା ଯୋଗାଣ ନିଗମ, ଭୁବନେଶ୍ୱର ଠାରେ ବ୍ୟବସ୍ଥା ମଧ୍ୟ କରାଯାଇଛି l ଏହା ସହ ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଡ଼ିସେମ୍ବର ୮ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଆଜି ଉଦଘାଟିତ ହୋଇଯାଇଛି । ସମ୍ମାନିତ ଅତିଥି ମାନେ ଯୋଗଦେଇ ମେଳା କୁ ଉଦଘାଟନ କରି ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ପରିଦର୍ଶନ କରିଥିଲେ । କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ,ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ରେ ମୋଟ ୬୦ ଗୋଟି ପ୍ରଦର୍ଶନୀ ଷ୍ଟଲ କରାଯାଇଛି । କୃଷି ,ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ,ଓଡିଶା ମିଲେଟ ମିଶନ ,ଉଠା ଜଳସେଚନ ,ଓରମାସ ,ମିଶନ ଶକ୍ତି ,ସ୍ଵୟଂ ସହାୟକ ଗୋଷ୍ଠୀ ,ଓଡିଶା କୃଷି ଶିଲ୍ପ ନିଗମ ,ଏନ॰ଜି ॰ଓ ,କୃଷି ଯନ୍ତ୍ରପାତି ବିକ୍ରୟ କରୁଥିବା ଡିଲର ଆଦି ଏହି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ରେ ଅଂଶ ଗ୍ରହଣ କରିଛନ୍ତି l ଜିଲ୍ଲା ସ୍ତରୀୟ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ ସରକାର ଙ୍କ ତରଫ ରୁ ଘୋଷଣା କରାଯାଇଥିବା ଏହି ସହାୟତା ରାଶି ନିଶ୍ଚିତ ଭାବେ କୃଷକ ଭାଇ ଭଉଣୀ ମାନଙ୍କୁ ଆଶା ର ଆଲୋକ ଦେଖାଇବ। ଏହା ସହ ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ମୁକ୍ତିକାନ୍ତ ମହାପାତ୍ର, ଯୋଗ ଦେଇ କୃଷି ଓ କୃଷକ ଉନ୍ନତୀକରଣ ବିଷୟ ରେ ମନ୍ତବ୍ୟ ରଖିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ,ଚାଷୀ ,ଏନ॰ଜି॰ଓ ର କର୍ମକର୍ତ୍ତା ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଟ୍ରାକ୍ଟର , ପାୱାର ଟିଲର ,ମିନିଟ୍ରାକ୍ଟର ,ଥ୍ରେସର ,ରିପ୍ପର ,ରୋଟାଭେଟୋର ଆଦି ଏହି ଆଧୁନିକ ଯନ୍ତ୍ରପାତି ଏହି ମେଳା ରେ ପ୍ରଦର୍ଶିତ ହୋଇଛି।
ରାଜ୍ୟ
ଧାନ ର ୮୦୦ ଟଙ୍କା ଅତିରିକ୍ତ ଇନପୁଟ ସହାୟତା ପ୍ରଦାନ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
- Hits: 29