ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ 'ଗୋବରା ପଦାର୍ପଣ' ଦିଵସ ପାଳନ ପାଳନ କରାଯାଇଛି I ଚଳିତ ବର୍ଷ ମହାତ୍ମାଗାନ୍ଧିଙ୍କ ୯୮ ତମ ଗୋବରା ପଦାର୍ପଣ ଦିଵସ ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସକୁ ପ୍ରତିବର୍ଷ ଗୋବରାରେ ପାଳନ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତଥା ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଉଦଘାଟକ ଭାବେ ଯୋଗଦେଇ ଥିବା ବେଳେ ଗୋପାଳପୁରର ତଥା ଗଞ୍ଜାମ ଜିଲ୍ଲାର ସୁଲେଖକ ତଥା ଶିକ୍ଷାବିତ୍ ସରୋଜ କାନ୍ତ ରଥ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ I ସେହିପରି ଶିକ୍ଷାବିତ୍ ଲିଙ୍ଗରାଜ ଜେନା, ବିଶିଷ୍ଟ ଲେଖିକା ବନ୍ଦନା ମହାପାତ୍ର, ପ୍ରମିଳା ପାଣି, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ସମାଜସେବୀ ଶୂଳପାଣି ଶତପଥି, ଗୌରୀ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆୟୋଜକ ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ଗୋବରାର ଏହି ମହତ୍ ଉଦ୍ଦେଶ୍ୟ ଆଧାରିତ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅତିଥିମାନେ ଗୋବରା ମୁଖ୍ୟ ରାସ୍ତାରେ ଥିବା 'ଗୋବରା ଗାନ୍ଧୀ' ବାଞ୍ଛାନିଧି ପଟ୍ଟନାୟକ ଏବଂ 'ଜାତିର ପିତା' ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ଲେଖକ ଗୋପାଳ ଚନ୍ଦ୍ର ଲେଙ୍କାଙ୍କ "ଗୋବରାରେ ଗାନ୍ଧିଜୀ" ପୁସ୍ତକ ଏବଂ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ସୋମନାଥ ପଣ୍ଡାଙ୍କ ପୁସ୍ତକ "ଝରଣା" ମୁଖ୍ୟ ଅତିଥି ଡ଼ାଃ ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଡ଼ାଃ ପଣ୍ଡା ବିଦ୍ୟାଳୟର ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଶିକ୍ଷାବିତ୍ ତଥା ସୁଲେଖକ ଲିଙ୍ଗରାଜ ଜେନା ଏବଂ ସରୋଜ କାନ୍ତ ରଥଙ୍କୁ ସମ୍ମାନ ପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ମହେଶ୍ୱର ରାଉତ ଓ ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଵା ବେଳେ ପରିଷଦର ସାଧାରଣ ସମ୍ପାଦକ ଦିବ୍ୟଲୋଚନ ଵିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ ଏବଂ ପଣ୍ଡିତ ସୁରେନ୍ଦ୍ର କୁମାର ପାତ୍ର ବେଦପାଠ କରିଥିଲେ I ସୁଧାରାଣୀ ଶତପଥି ଉଦଯାପନ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଦିବ୍ୟଲୋଚନ ଵିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଗାନ୍ଧୀଙ୍କ ଗୋବରା ପଦାର୍ପଣ ଦିବସ ପାଳିତ
- Hits: 40