ଝାରବନ୍ଧ - ମନୋହର ଦାଶ: ଗନ୍ଧମାର୍ଦନ ହେଉଛି ସମଗ୍ର ପଶ୍ଚିମ ଓଡିଶା ର ଜଳବାୟୁ କୁ ନିୟନ୍ତ୍ରଣ କରୁଥିବା ସୁଉଚ୍ଚ ପର୍ବତ l ଏହାର ବଲାଙ୍ଗିର ପଟୁ ରହି ହରିଶଙ୍କର ଏବଂ ବରଗଡ଼ ପଟୁ ନୃସିଂନାଥ ଦୁଇଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଏବଂ ଧର୍ମ ପୀଠ l ବଲାଙ୍ଗିର ପଟୁ ଗୋଟିଏ ନଦୀ ଏବଂ ବରଗଡ଼ ପଟୁଅରେ ଗୋଟିଏ ନଦୀ ଚିରସ୍ରୋତା ଜଳ ଉତ୍ସ ଭାବରେ ଏହି ପର୍ବତ ରୁ ବାହାରି ଅଛି l କେବଳ ସେତିକି ନୁହେଁ ପ୍ରାୟ ତିନି ହଜାର ରୁ ଅଧିକ ପ୍ରଜାତି ର ଔଷଧୀୟ ବୃକ୍ଷଲତା, ଗୁଳ୍ମ୍ମ, ପ୍ରାଣୀ, ସରୀସୃପ ଏହି ପର୍ବତ ରେ ରହିଛନ୍ତି l ସେମାନଙ୍କର ବାସସ୍ତଳୀ ଭାବରେ ଏହି ପର୍ବତ ଯେତିକି ଗୁରତ୍ୱପୂର୍ଣ l ଏଠାରେ ଥିବା ଔଷଧୀୟ ବୃକ୍ଷଳତା ଗୁଳ୍ମ ଆଦି ସଂଗ୍ରହ କରି 500 ରୁ ଅଧିକ ବୈଦ୍ୟ ସହ ସହ ବର୍ଷ ହେଲା ଜୀବନ ଜୀବିକା ନିର୍ବାହ କରୁଛନ୍ତି l ଏହି ପର୍ବତ ଟି ବିପୁଳ ପରିମାଣ ର ବକ୍ସାଇଟ ଏକ ଭଣ୍ଡାର ଗନ୍ଧମାର୍ଦନ ର ବକ୍ସାଇଟ ଖଣି କୁ ଅଦାନୀ କମ୍ପାନୀ ହାତରେ ଦେବାପାଇଁ ସରକାର ଉଦ୍ୟମ କରୁଥିବାର ଏକ ବାର୍ତା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି l ଵର୍ତମାନ ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳ ରେ ଆନ୍ଦୋଳନ ର ନିଆଁ କୁହୁଲିଲାଣି l 1980 ମସିହାରେ ପଦ୍ମପୁର ପାଇକମାଲ ଅଞ୍ଚଳରେ ଯେଉଁ ପ୍ରକାର ର ବିଦ୍ରୋହ ସୃଷ୍ଟି ହୋଇଥିଲା ସେଭଳି ଏକ ବିଦ୍ରୋହ ପୁଣି ଥରେ ହେବାକୁ ଯାଉଛି l ଝାରବନ୍ଧ ସମ୍ବାଦିକ ସଂଘ ଆଗାମୀ ଡିସେମ୍ବର 1 ରେ ଏକ ଆଲୋଚନା ଚକ୍ର ର ଆୟୋଜନ କରୁଛି l ଗନ୍ଧମାର୍ଦନ ପ୍ରତି ମୋର କର୍ତ୍ତବ୍ୟ ଶୀର୍ଷକ ରେ ଵକ୍ତା ମାନେ ମତବ୍ୟକ୍ତ କରିବେ l ବ୍ଲକ ର ଅଧିକାଂଶ ଗ୍ରାମ ର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି l ବିଭିନ୍ନ କଲେଜ ର ଅଧ୍ୟାପକ, ଅଧ୍ୟକ୍ଷ ଅବସରପ୍ରାପ୍ତ ଅଧ୍ୟକ୍ଷ, ସଚେତନ ନାଗରିକ ଯୁବ ପ୍ରତିଭା ମାନଙ୍କୁ ଝାରବନ୍ଧ ସମ୍ବାଦିକ ସଂଘ ପକ୍ଷ ରୁ ଆମନ୍ତ୍ରଣ କରାଯାଇଛି l
ରାଜ୍ୟ
ବିପଦରେ ଗନ୍ଧମାର୍ଦନ.ପୁଣି ଆନ୍ଦୋଳନ l
- Hits: 25