ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ କିସ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର ମଧ୍ୟରେ ଏମ୍ ଓ ୟୁ ସ୍ବାକ୍ଷରିତ ହୋଇଅଛି। ଅଞ୍ଚଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଏବଂ ଆଇ କ୍ୟୁ ଏ ସି ସଂଯୋଜକ ଶ୍ରୀ ନବକୃଷ୍ଣ ମିଶ୍ର କିସ୍ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ମାନ୍ୟବର କୁଳପତି ପ୍ରୋ. ଦୀପକ କୁମାର ବେହେରା, କୁଳସଚିବ ଡ଼ଃ ପ୍ରଶାନ୍ତ ରାଉତରାୟ ଏବଂ ଆଇ କ୍ୟୁ ଏ ସି ସଂଯୋଜକ ପ୍ରୋ. ଯୁଗଳ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଏମ୍ ଓ ୟୁ ସ୍ବାକ୍ଷରିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହା ହେଉଛି ଅଞ୍ଚଳ ମହାବିଦ୍ୟାଳୟ ର ବିଶ୍ଵବିଦ୍ୟାଳୟ ସହ ପ୍ରଥମ ଏମ୍ ଓ ୟୁ,। ଏହା ଫଳରେ ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟ ,ଆଲୋଚନା ଚକ୍ର, କର୍ମଶାଳା, ଅଧ୍ୟାପକ ଦକ୍ଷତା ବିକାଶ, ଅଧ୍ୟାପକ ବିନିମୟ, ରିଫ୍ରେଶର କୋର୍ସ, ତାଲିମ ମୂଳକ କାର୍ଯ ଇତ୍ୟାଦି ଆୟୋଜିତ କରାଯାଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା କହିଛନ୍ତି। ଅଞ୍ଚଳ ମହାବିଦ୍ୟାଳୟ ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ଥିବାରୁ ଭାରତୀୟ ଜ୍ଞାନ ବ୍ୟବସ୍ଥା ଏବଂ ପାରମ୍ପରିକ ଉପଶମ ମୂଳକ ଗବେଷଣା ଇତ୍ୟାଦି କାର୍ଯକ୍ରମ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି। ଏହି ଏମ୍ ଓ ୟୁ କୁ କାର୍ୟାତ୍ମକ କରିବା ପାଇଁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ବିଭିନ୍ନ କାର୍ଯକ୍ରମ ଗୁଡ଼ିକ ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ। ଏହା ପରେ ପରେ ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ମଧ୍ୟରେ ସହଯୋଗିତା ସ୍ବାକ୍ଷରିତ ହୋଇଥିଲା। ଏହି ବିଭାଗୀୟ ସହଯୋଗିତା ଟି ଉଭୟ ଶିକ୍ଷାନୁଷ୍ଠାନ ର ଆଇ କ୍ୟୁ ଏ ସି ସଂଯୋଜକ ଏବଂ ବିଭାଗୀୟ ମୁଖ୍ୟ ଙ୍କ ଉପସ୍ଥିତି ରେ ହୋଇଥିଲା। ଏଥିପାଇଁ ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଡଃ ତୁଷାରକାନ୍ତ ସାହୁ, ଡଃ ଭେଙ୍କଟେଶ୍ୱର ମେହେର ଏବଂ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର (କିସ୍ ବିଶ୍ଵବିଦ୍ୟାଳୟ ର ଆଲୁମିନି); କିସ୍ ବିଶ୍ଵବିଦ୍ୟାଳୟ ର ଡଃ ଯୁଗଳ କିଶୋର ମିଶ୍ର ଓ ଡଃ ସୁଜାତା ଆଚାର୍ଯ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଞ୍ଚଳ ମହାବିଦ୍ୟାଳୟ କିସ୍ ବିଶ୍ଵବିଦ୍ୟାଳୟ ସହ ମିଳିତ ଆନୁକୁଲ୍ୟରେ ଆଇ.ସି.ଏସ.ଏସ.ଆର, ନୂଆ ଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଏକ ବୃହତ୍ ଗବେଷଣା ପ୍ରକଳ୍ପ ପ୍ରାପ୍ତ କରିଛି ଏବଂ ଆସନ୍ତା ନଭେମ୍ବର ୨୯-୩୦, ୨୦୨୪ ରେ ଉଭୟ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ଏକ ଜାତୀୟ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଏହି ଏମ୍ ଓ ୟୁ ସ୍ୱାକ୍ଷର ପାଇଁ ଅଞ୍ଚଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ,କିସ୍ ବିଶ୍ଵବିଦ୍ୟାଳୟ ର କୁଳପତି,କୁଳସଚିବ, ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ ଗବେଷଣାର ବାଟ ଫିଟିଲା: ଅଞ୍ଚଳ ମହାବିଦ୍ୟାଳୟ ଏବଂ କିସ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏମ୍ ଓ ୟୁ ସ୍ବାକ୍ଷରିତ
- Hits: 8