ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ଉପଲକ୍ଷେ ରାଜନୀତି ବିଜ୍ଞାନର ପାଠଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଆୟୋଜିତ ହୋଇଥିଲା। ପାଠଚକ୍ରର ଶୀର୍ଷକ ' ଭାରତ ସମ୍ବିଧାନ : ଏକ ବିଶ୍ଳେଷଣ ' ବିଷୟରେ ଯୁକ୍ତ ତିନି ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ । ମୁକେଶ, ଛବିନ୍ଦ୍ର, ଧନଞ୍ଜୟ, ବିଦ୍ୟାରାଣୀ, ତନୁ, ମୋନାଲିସା ଏବଂ ରୀକି ଆଦି ଛାତ୍ରଛାତ୍ରୀମାନେ ତାଙ୍କର ମନ୍ତବ୍ୟ ଉପସ୍ଥାପନ କରିଥିଲେ ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀମତୀ ଶର୍ମିଲା ପଣ୍ଡା ସମ୍ବିଧାନ ଦିବସର ମହତ୍ତ୍ଵ ଓ ସମ୍ବିଧାନର ଗୁରୁତ୍ବ ବିଷୟରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ସିଦାର, ଭୁବନେଶ୍ୱର ବରିହା, ବିପିନ ପାଇକ ନିଜସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ। ସଭାଶେଷରେ ଛାତ୍ରୀ ରିକି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault