ହେଡଲାଇନସ୍:

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ରେ ପାଞ୍ଚଦିନିଆ ଉତ୍କର୍ଷ ତାଲିମ ଶିବିର ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :-  ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସର ମଧ୍ୟରେ ଛାତ୍ରଛାତ୍ରୀ ଙ୍କ ଗଣିତ, ବିଜ୍ଞାନ, ଇଂରାଜୀ ଏବଂ ଓଡିଆ ବିଷୟ ର ଗୁଣାତ୍ମକ ଦକ୍ଷତା ର ବିକାଶ ଉଦ୍ଦେଶ୍ୟ ରେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉକ୍ତ ବିଷୟଗତ ଜ୍ଞାନ ର ଅଭିବୃଦ୍ଧି ନିମିତ୍ତ ପାଞ୍ଚଦିନିଆ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ୨୦୨୪-୨୫ ଶିବିର ଉଦଯାପିତ ହୋଇଯାଇଛି। ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଲୋକନାଥ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡାମଣି ବାରିକ୍ , ସମ୍ମାନିତ ଅତିଥି ଭାବେ ଜମରତଲା ଉଚ୍ଚ ବିଦ୍ୟାଳୟ ର  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜମଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ l ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ଆଜିକାର ପ୍ରଧାନ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସାଧନକର୍ମୀ ଭାବେ ଡଭା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟିକେଶ୍ଵର ପ୍ରସାଦ ପଟେଲ ଏବଂ ପଲସଦା ଉଚ୍ଚ ବିଦ୍ୟାଳୟ ର ଯତୀନ୍ଦ୍ର ଦୀପ୍ ଯୋଗଦାନ କରିଥିଲେ। ସର୍ବପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସମସ୍ତ ଅତିଥି ଏହି ତାଲିମ ଶିବିର ସମ୍ପର୍କ ରେ ନିଜ ନିଜ ଅଭିଭାଷଣ ରଖିଥିଲେ ।ଉକ୍ତ ତାଲିମ ଶିବିର  ରେ ବିଜେପୁର, ଗାଇସିଲେଟ, ଝାରବନ୍ଧ , ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକ ର ୨୪୦ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୬୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ ।ଏହି ତାଲିମ ଶିବିର ଗତ ତା. ୨୦/୧୧/୨୪ ରୁ ଆରମ୍ଭ ହୋଇ ତା.୨୫/୧୧/୨୪ ପର୍ଯ୍ୟନ୍ତ ଚାଲିଥିଲା ।  ଶେଷରେ   ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାସିନୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ପଞ୍ଚଦିବସୀୟ ତାଲିମ୍ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ ।

0
0
0
s2sdefault