ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ୨୪ ନଭେମ୍ବର ୨୦୨୪ ରବିବାର ଦିନ ଏନ୍ ସି ସି ଦିବସ ବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ର ଉପଦୁର୍ଗପତି ଶ୍ରୀଯୁକ୍ତ ଲଲିତ କୁମାର ବାଘ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।
ସାରା ଭାରତ ବର୍ଷର ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଛାତ୍ରଛାତ୍ରୀ ମାନେ ଆଜି ପାଳନ କରୁଛନ୍ତି ଏହି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦୀବସ ଉତ୍ସବ। ଆଜକୁ ୭୬ ବର୍ଷ ତଳେ ଅର୍ଥାତ୍ ୧୯୪୮ ମସିହା ରେ ଏହା ପ୍ରତିଷ୍ଟା ହୋଇଥିଲା। ସେହିପରି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଥିବା ଦୁଇ ସେନାବାହିନୀ ବିଭାଗ ର ଛାତ୍ରଛାତ୍ରୀ ଯଥା ସ୍ଥଳ ବାହିନୀ ଓ ଜଳ ବାହିନୀ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ୍ ପରିବେଷଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଆଇ ଆର୍ ବି ଡେପୁଟି କମାଣ୍ଡେଣ୍ଟ୍ ଲଲିତ କୁମାର ବାଘ ଏନ୍ ସି ସି ପତକା କୁ ଉତ୍ତୋଳନ କରି ଅଭ୍ୟର୍ଥନା ଗ୍ରହଣ କରିଥିଲେ। ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ଦାସ ଓ ଶ୍ରୀ ହରମୋହନ ଶତପଥୀ ସମ୍ମାନୀତ ଅତିଥି ରୁପେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥିତ କ୍ୟାଡେଟ୍ ମାନଙ୍କୁ ଏନ୍ ସି ସି ଦିବସ ର ଉଦେଶ୍ୟ ଓ ଗୁରୁତ୍ବ ବିଷୟରେ କହିଥିଲେ। ଏବଂ ନିଜ ନିଜ ସଫଳ ଜୀବନର ଅନେକ ଉଦାହରଣ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସ୍ଥଳ ବାହିନୀ ଓ ଜଳ ବାହିନୀ ର ଏନ୍ ସି ସି କ୍ୟାଡେଟ୍ ମାନେ ଅଂଶଗ୍ରହଣ କରି ଏନ୍ ସି ସି ପତାକାକୁ ସମ୍ମାନ ପ୍ରଦାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ସର୍ବଭାରତୀୟ ନୈ।ସେନା ଶିବିର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ବର୍ଷା ରାଣୀ ଜେନା ଓ ଭାରତୀୟ ରାଜପଥ ପ୍ୟାରେଡ୍ ଦୀଲ୍ଲି କ୍ୟାମ୍ପ୍ ରେ କୃତିତ୍ୱ ଅର୍ଜନ କରିଥିବା ଦୁଇ ଛାତ୍ର ରୋସନ୍ କୁମାର ଡାକୁଆ, ବିବେକ୍ ଅଶ୍ଵିନୀ ବାରିକ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ର ଲେଫନାଣ୍ଟ୍ ଡଃ ରବିନ୍ଦ୍ର କୁମାର ମିଶ୍ର ଓ ଲେଫନାଣ୍ଟ୍ ରଜନୀ କାନ୍ତ ତ୍ରିପାଠୀ ମହୋଦୟ। ଏଥିସହ କଲେଜ୍ ର ଅଧ୍ୟାପକ ଶ୍ରୀ ବାବୁଲା ପ୍ରଧାନ, କିରାଣୀ ଶ୍ରୀ ଦାମୋଦର ରଥ, ପ୍ରଦିପ ଖଣ୍ଡୁଆଳ, ସୁଚିତ୍ର ଜେନା, ପ୍ରସାନ୍ତ ପ୍ରଧାନ ଆଦି ସହଯୋଗ କରିଥିଲେ।
ରାଜ୍ୟ
ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟ ରେ ୭୬ ତମ ଏନ୍.ସି.ସି ଦିବସ ପାଳିତ
- Hits: 407