କଳାହାଣ୍ଡି: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର | କିନ୍ତୁ ତାର ଓଲଟା ଚିତ୍ର ଦେଖି ବାକୁ ମିଳିଛି କଳାହାଣ୍ଡି ର କପା ଚାଷୀ ଙ୍କ ଠାରେ। କପା ଏକ ଅର୍ଥକାରୀ ଫସଲ ହୋଇ ଥିବାରୁ ଜିଲ୍ଲା ର ୧୩ ଟି ଯାକ ବ୍ଲକ୍ ରେ ଚାଷୀ କପା ଚାଷ କରି ବେଶ୍ ଲାଭ ବାନ୍ ହୋଇ ଥାନ୍ତି ,ଅନ୍ୟ ପକ୍ଷରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରି ର ଶିକାର ହେଉ ଥିବା ଚାଷୀ ପ୍ରକାଶ କରିଛନ୍ତି।ଚାଷୀ ଧାର କରଜ କରି ବିହନ, ସାର, କୀଟନାଶକ ଔଷଧ ରେ ଏକର ପିଛା ଚାରି ରୁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରି ଛଅ ମାସ ର ଅକ୍ଲାନ୍ତ ପରିଶ୍ରମ ପରେ କପା ଅମଳ କରି ଥାଏ। ସେହି କପା କୁ ବିକିବା ପାଇଁ ସରକାରୀ ମଣ୍ଡି ଖୋଲିବା କୁ ଅପେକ୍ଷା କରି ଥାଏ ହେଲେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ବାଧ୍ୟ ହୋଇ ନିଜ କଷ୍ଟ ଉପାର୍ଜିତ କପା କୁ ସାଗ, ମାଛ ଦର ରେ ଦଲାଲ୍ ହାତରେ ଟେକି ଦେଉ ଥିବା ଦେଖିବାକୁ ମିଳିଛି।ଚଳିତ ବର୍ଷ ଆନ୍ତର୍ଜାତୀୟ ବଜାର୍ ରେ କପା ର ମୂଲ୍ୟ ହ୍ରାସ ଯୋଗୁଁ ଚିନ୍ତା ରେ ଅଛନ୍ତି କଳାହାଣ୍ଡି ର କପା ଚାଷୀ। ରାଜ୍ୟ ସରକାର କପା ର ସହାୟକ ମୂଲ୍ୟ ୭ ହଜାର୍ ପାଞ୍ଚ ଶହ ଅସି ଟଙ୍କା ଧାର୍ଯ୍ୟ କରିଛନ୍ତି, ନଭେମ୍ବର ୨୬ ତାରିଖ ରୁ କର୍ଲାପଡ଼ା ମଣ୍ଡି ରୁ କପା କିଣା ଆରମ୍ଭ ହେବ। କପା ନିଗମ ଓ ଜିଲ୍ଲା ରେ ଥିବା ୮ ଟି ଜିନିଙ୍ଗ ମିଲ ର ଭରଷା ରେ ଚାଷ କରୁଥିବା କପା ଚାଷୀ ଅଭାବୀ ବିକ୍ରି ର ଶିକାର୍ ହେଉ ଥିବାରୁ ଜିଲ୍ଲା ରେ ସୂତା କଳ ପ୍ରତିଷ୍ଠା ପାଇଁ ଦାବୀ କରିଛନ୍ତି।୨୪ ବର୍ଷ ର ବିଜେଡି ସରକାର୍ ଜିଲ୍ଲାର କପା ଚାଷୀ ଙ୍କୁ ନିରାଶ କରିଛି, କାମ ଧନ୍ଦା ଅଭାବରୁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଜାଇ ଜିଲ୍ଲା କୁ ପ୍ରତି ସପ୍ତାହ ରେ ଜଣେ ଦୁଇ ଜଣ ଦାଦନ ଶ୍ରମିକ ଙ୍କ ମୃତ ଦେହ ଫେରୁଛି। ସେଥି ପାଇଁ କଳାହାଣ୍ଡି ର କପା ଚାଷୀ ନୂତନ ଡବଲ୍ ଇଞ୍ଜିନ ର ସରକାର୍ ଉପରେ ଭରସା କରି ଜିଲ୍ଲା ରେ ସୂତାକଳ ପ୍ରତିଷ୍ଠା ପାଇଁ ଦାବୀ କରିଛନ୍ତି ।ଜିଲ୍ଲା ରେ ସୂତାକଳ ପ୍ରତିଷ୍ଠା ହେଲେ ଜିଲ୍ଲା ଦାଦନ ସମସ୍ୟା ର ସମାଧାନ ହେବା ସହିତ କପା ଚାଷୀ କପା ର ଉଚିତ୍ ମୂଲ୍ୟ ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ରାଜ୍ୟ
ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରି ର ଶିକାର କଳାହାଣ୍ଡି ଜିଲ୍ଲାର କପା ଚାଷୀ, ଜିଲ୍ଲା ରେ ସୂତା କଳ ସ୍ଥାପନ ପାଇଁ ଦାବୀ
- Hits: 6