ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ଗୋଶାଳାଗୁଡ଼ିକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପଞ୍ଜୀକୃତ ୬୬ଟି ଗୋଶାଳାକୁ ୮.୯୬ କୋଟି ଟଙ୍କାର ସହାୟତା

  • ୧୩ଟି ନୂତନ ଗୋଶାଳା ଓ ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଭୁବନେଶ୍ୱର,(ଶାସକ ପ୍ରଶାସକ ) :ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯନି ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଉଛିା ଆମ ସମାଜରେ ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ସେମାନଙ୍କ ପାଇଁ ନୂତନ ଗୋଶାଳା ପ୍ରତିଷ୍ଠା ସକାଶେ ମଧ୍ୟ ସହାୟତା ପ୍ରଦାନ କରାଯାଉଛିା ଗୋଶାଳାରେ ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାରକ୍ରମେ ଜିଆଖତ ଉତ୍ପାଦନ ସକାଶେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହାୟତା ପ୍ରଦାନ କରାଯାଉଛିା ଗୋଶାଳା ଓ ଗୋଧନ କେନ୍ଦ୍ରଗୁଡ଼ିକ ରାଜ୍ୟରେ ପ୍ରାଣୀକଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଲ୍ଲେଖ କରିଛନ୍ତିା
ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ୱାମୀନାଥନ୍ ହଲ୍ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗଦେଇ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ସହାୟତା ରାଶି ବିତରଣ କରିଛନ୍ତିା ଶ୍ରୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନା ଏକ ଦୟାଳୁ ଓ ସମାବେଶୀ ସମାଜ ଗଠନ ନିମନ୍ତେ ପ୍ରତିବଦ୍ଧା ଏହା ଦ୍ୱାରା ରାଜ୍ୟର ଗୋଶାଳା ଓ ଗୋପାଳକମାନେ ଉପକୃତ ହୋଇପାରିବୋ
କାର୍ଯ୍ୟକ୍ରମରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟ ସହାୟତା ରୂପେ ୮.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛିା ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ଭାବରେ ପ୍ରାୟ ୨୦ ହଜାର ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯାଇପାରିବା ସେହିପରି ନୂତନ ଗୋଶାଳା ପ୍ରତିଷ୍ଠା ନିମନ୍ତେ ୧୩ଟି ପ୍ରାଣୀକଲ୍ୟାଣ ସଂସ୍ଥାଙ୍କୁ ପ୍ରାୟ ୧୩୦୦ ଅସହାୟ ଗୋରୁଙ୍କ ଥଇଥାନ ପାଇଁ ଗୋଶାଳା ନିର୍ମାଣ ସକାଶେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛିା ଏହି ନୂତନ ଗୋଶାଳାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେମାନଙ୍କୁ ପ୍ରାୟ ୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବା ସେହିପରି ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛିା ଏହି ୪୭ଟି ଗୋଧନ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ୨.୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ଏବଂ ବାର୍ଷିକ ପ୍ରାୟ ୩ ହଜାର ଟନ ଜିଆଖତ ଉତ୍ପାଦନ ହୋଇପାରିବା ଏହା ମାଧ୍ୟମରେ ରାଜ୍ୟର ଗୋଶାଳା ଏବଂ ଗୋପାଳକମାନେ ଲାଭବାନ ହୋଇପାରିବୋ
କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା, ରାଜ୍ୟର ବିଭିନ୍ନ ପ୍ରାଣୀକଲ୍ୟାଣ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ସରକାରୀ ଅଧିକାରୀବୃନ୍ଦ ଉପସ୍ଥିତ ଥିଲୋ

0
0
0
s2sdefault