ହେଡଲାଇନସ୍:

ଷଷ୍ଠ ମିରାକେଲ ଷ୍ଟାର୍ ନାଇଟ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକେଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକେଲ ନାଇଟ୍ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ପଣ୍ଡା , ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଗୁଣନିଧି ନାୟକ , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ ତଥା ସିନେ କଳାକାର ଆଦର୍ଶ ଦାସ ଓ ଆୟୋଜକ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ ଥିଲେ।
ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଆ ସିନେମା ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ର , ଅଭିନେତ୍ରୀ ଅନୁ ଚୌଧୁରୀ ଆଗକୁ ଆସୁଥିବା ଚିନ୍ମୟ ଦାସ ନିର୍ଦ୍ଦେଶିତ ସିନେମା "ପରବ" ବିଷୟ ରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ।
ପୂର୍ବ ରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତା ରେ କନିଷ୍ଠ ବିଭାଗ , ଯୁବ ବିଭାଗ , ବରିଷ୍ଟ ବିଭାଗ , ମହିଳା ବିଭାଗ ରେ ଏକକ ଓ ଦଳଗତ ଭାବେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୩୮ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସାରସ୍ଵତ ସାଧନା ପାଇଁ ବିଚିତ୍ରା ନନ୍ଦ ବେବର୍ତ୍ତା , ସମାଜସେବା ପାଇଁ କନ୍ଦର୍ପ ପାତ୍ର , ଶିକ୍ଷା କ୍ଷେତ୍ର ରେ ରଞ୍ଜିତା ପଟ୍ଟନାୟକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସିନେ କଳାକାର ଙ୍କ ଦମଦାର ସଂଳାପ ସହ ଅନୁଷ୍ଠାନ ର ଶିଶୁ କଳାକାର ଙ୍କ ସମେତ ଅତିଥି କଳାକାର ମାନେ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।
ସମସ୍ତ କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଅବିର ଭୂଷଣ ପଣ୍ଡା , ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ।

0
0
0
s2sdefault