-
୪୦୦୦ ଦୌଡ଼ ପ୍ରେମୀ ଅଂଶଗ୍ରହଣ କରିବେ, ୩୦ଜଣ ବିଜେତାଙ୍କ ପାଇଁ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର
-
ହାଫ ମାରାଥନ ରୁଟ୍କୁ ବିଶ୍ୱସ୍ତରୀୟ ସଂଗଠନ ଆସୋସିଏସନ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍ସ ଆଣ୍ଡ ଡିଷ୍ଟାନ୍ସ ରେସେସ୍ (ଏମ୍ସ) ପକ୍ଷରୁ ସାର୍ଟିଫାଏଡ
ମେରାମଣ୍ଡଳୀ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବ l ଏହି ହାଫ ମାରାଥନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କପିଳାସ ଅଂଚଳରେ ହାତୀ ଓ ଜୈବ ବିବିଧତାର ସଂରକ୍ଷଣର ପ୍ରସାର କରି ଏହାକୁ ପର୍ଯ୍ୟଟନ ଓ ରୋଜଗାରର ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ମାରାଥନ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବ। ଏଥିରେ ତିନି ପ୍ରକାର ଦୌଡ଼ ରହିଛି: ୧୯ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪-୧୯ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର-କିଶୋରୀଙ୍କ ପାଇଁ ୫ କିମି ଦୌଡ଼।
ବିଶ୍ୱବ୍ୟାପୀ ମାରାଥନ୍ ଏବଂ ଦୂର ଦୌଡ଼କୁ ପ୍ରତିନିଧିତ୍ୱ କରୁଥିବା ମୋନାକୋସ୍ଥିତ ବିଶ୍ୱସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଟାନସ ରେସ୍ ପକ୍ଷରୁ ଏହାକୁ ସାର୍ଟିଫିକେଟ୍ ଦିଆଯାଇଛି। ୨୧ କିଲୋମିଟର, ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ଼ ବର୍ଗର ଶ୍ରେଷ୍ଠ ୩୦ ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
ଅଂଶଗ୍ରହଣକାରୀମାନେ ୨୦୨୪ ଡିସେମ୍ବର ୧୫ ପର୍ଯ୍ୟନ୍ତ www.tatasteelkapilashhalfmarathon.com<http://www.tatasteelkapilashhalfmarathon.com> ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ।
୪,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସୀମିତ ସ୍ଲଟ୍ ରଖାଯାଇଛି। ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁଳ୍କ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ଟଙ୍କା ରହିଛି। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ଗୁଡି ବ୍ୟାଗ୍ ମିଳିବ, ଯେଉଁଥିରେ ଟି-ସାର୍ଟ, ବିଆଇବି ଚିପ୍ ଏବଂ ଜଳଖିଆ କୁପନ ରହିବ।
ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ୨୦୨୫ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ। ୨୧କିଲୋମିଟର ଦୌଡ଼ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ।
ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି ଦୌଡ଼ରେ ଟାଇମିଂ ମ୍ୟାଟ୍, ଆରଏଫ୍ଆଇଡି ଚିପ୍, ରୁଟ୍ରେ ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ସମେତ ଉନ୍ନତ ଜ୍ଞାନକୌଶଳ ଉପଲବ୍ଧ ହେବ।