ଡିସେମ୍ବର ୦୧ରୁ ବାରିପଦାର ଐତିହାସିକ ଛଉ ପଡିଆରେ ମୟୁରଭଞ୍ଜ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ): ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ୭ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ । ପ୍ରତିବର୍ଷ ଭଳି କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟତଃ ଆଦିବାସୀ ଓ ଅନ୍ୟାନ୍ୟ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ସ୍ଥାନୀୟ ବାରିପଦା ସ୍ଥିତ ଦ୍ଵିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶାର ସର୍ବବୃହତ ସାଂସ୍କୃତିକ ଶୋଭାଯାତ୍ରା (କାରନିଭାଲ ସୋ) ।

ଡିସେମ୍ବର ୦୨ ତାରିଖରୁ ଆସନ୍ତା ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ପ୍ରତିଦିନ ସନ୍ଧ୍ୟା ପ୍ରଥମାର୍ଦ୍ଧରେ ଜିଲ୍ଲା କଳାକାରଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ,ତାପରେ ହେବ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡ୍ ସୁନାମ ଧନ୍ୟ ଗାୟିକା କବିତା କୃଷ୍ଣମୂର୍ତ୍ତି ଶେଷ ଦିନରେ ଧମକା ମଚାଇବେ ବୋଲି ଆୟୋଜକ କମିଟି ସୁଚନା ଦେଇଛନ୍ତି। ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ । ଏଥିପାଇଁ ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କାରିବାକୁ ନିଷ୍ପତି ନିଆଯାଇଛି । ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ ଦିନ କୁଡୁମାଲି(ମହାନ୍ତ)କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ବାକି ଦୁଇ ଦିନ ବଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି, ବିଶେଷ ଭାବେ ସୁଦୂର ଆସାମ ପ୍ରଦେଶ ର ବିହୁ କଳାକାର ମାନେ ମଧ୍ୟ ନୃତ୍ୟ ପରିବେଷଣ କରିବେ ।

ଏହି ମହୋତ୍ସବରେ ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ,ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ, ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୨୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯିବ ମହୋତ୍ସବରେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୁରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲଫି ଜୋନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି ଆୟୋଜକ କମିଟି ତାସହିତ ନୂତନ ଭାବେ ଚଳିତବର୍ଷ ଠାରୁ ପ୍ରଥମଥର ଭାବେ ମହୋତ୍ସବ କମିଟୀ ପକ୍ଷରୁ ଉପଯୁକ୍ତ ଅର୍ଥ ଆକାରରେ ପୁରସ୍କାର ରାଶୀ ସହିତ ଜିଲ୍ଲା ସ୍ତରୀୟ ଫୁଟବଲ, ତୀରବିନ୍ଧା ସହିତ ମୟୁରଭଞ୍ଜ ସମ୍ପର୍କିତ ବିଷୟବସ୍ତୁକୁ ନେଇ ରିଲସ ପ୍ରତିଯୋଗୀତା ଅନୁଷ୍ଠିତ ହେବ |
ପୂର୍ବ ନିର୍ଧାରିତ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜତନ୍ତ୍ର ସମୟର ଗୁରୁତ୍ୱ ବହନ କରିଆସୁଥିବା ତଥା ଇତିହାସକାର ମାନଙ୍କ ମତ ଅନୁଯାୟୀ ଏକ ଶହ ବର୍ଷରୁ ଉର୍ଧ୍ଵ ହେବ ପଙ୍କୁଆ ମାଟି ତଳୁ ବାହାରିଥିବା ଶିବଲିଙ୍ଗ କୁ ନେଇ ଏକ ପିତ୍ତଳ ପ୍ଲେଟ ଉପରେ ନିର୍ମାଣ ହୋଇଥିବା ବିରଳ କଳାକୃତି ନିର୍ମାଣ ଶୈଳୀ ରେ ନିର୍ମିତ ବାବା ବାରୁଣେଶ୍ୱର ଶିବ ମନ୍ଦିର ର ତୋରଣ ମୟୂରଭଞ୍ଜ ମହୋତ୍ସବ ର ମୂଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ | ବାରିପଦା ଭଳି ଜନ ବହୁଳ ଜାଗାରେ ଆଜି ଭି ମନ୍ଦିର ବେଢା ମଧ୍ୟରେ ଏକ କୁଣ୍ଡ ଅଛି।

ଏହି କୁଣ୍ଡ ବର୍ଷ ଯାକ ପାଣି ଶୁଖେ ନାହିଁ ଓ ବୃଷଭ ଆକୃତି ମୁହଁରୁ ବର୍ଷ ତମାମ ଜଳ ପଡୁଥାଏ। କିଛି ଐତିହାସିକ ଙ୍କ ମତରେ ପୁରାଣ କାଳରୁ ବାରିପଦା ସହର ଠାରୁ ବହୁ ଦୂର ଅର୍ଥାତ ଉଦଳା ଉପଖଣ୍ଡ ସ୍ଥିତ ଶିମିଳିପାଳ ପାହାଡ଼ ଉପରେ ଥିବା ଦେବକୁଣ୍ଡ ସ୍ଥିତ ମାଆ ଅମ୍ବିକା ଙ୍କ ପୀଠରୁ ବହି ଆସୁଥିବା ଏକ ପାଣିର ଝର ମାଟି ତଳେ ବହି ଆସି ଏଠାରେ ଦୃଶ୍ୟମାନ ହୋଇଥାଏ ବୋଲି ମୟୁରଭଞ୍ଜ ମହୋତ୍ସବ କମିଟୀ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |ଡିସେମ୍ବର ୦୧ରୁ ବାରିପଦାର ଐତିହାସିକ ଛଉ ପଡିଆରେ ମୟୁରଭଞ୍ଜ ମହୋତ୍ସବ! 

0
0
0
s2sdefault