ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୁଣି ଗାରେଡ଼ି କରୁଥିବା ସନ୍ଦେହ ରେ ଅଞ୍ଚଳା ଗ୍ରାମର କିଛି ଲୋକ ଜଣେ ଆଦିବାସୀ ମହିଳା ଙ୍କୁ ଅତି ନିର୍ଦ୍ଦୟ ଭାବରେ ଉଲଗ୍ନ କରି ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଏ ନେଇ ମହିଳା ଜଣକ ଆଜି ଡାବୁଗାଁ ଥାନାରେ ଏତଲା ଦେଇଥିବା ବେଳେ ମହିଳା ଜଣକ ରତ୍ନା ଭତରା (୫୯) ବୋଲି ଜଣା ପଡିଛି। ସୂଚନା ଅନୁଯାଇ ଆଜି ସକାଳ ୮ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଅଞ୍ଚଳା ଗ୍ରାମ ର ପରମା ଗୌଡ଼, ଦୁର୍ଯ୍ୟ ଗୌଡ଼, ଭାସ୍କର ଗୌଡ, କମଳ ଗୌଡ଼, ଦଳ କଲାର, ଧନ ସିଂଗୌଡ଼ ,ମଙ୍ଗରି ଗୌଡ଼ ଓ ପିପିଲା ଗୌଡ଼ ଆଦି ସେହି ଗ୍ରାମ ର ରତ୍ନା ଭତରା (୫୯) ଙ୍କ ଘରକୁ ଆସି ତୁ ଗୁଣି ଗାରେଡ଼ି କରି ଆମ ଛୁଆ ପିଲାଙ୍କୁ ମାରିଛୁ ବୋଲି କହିବା ସହ ଅତି ନିର୍ଦ୍ଦୟ ଭାବରେ ରତ୍ନା ଭତରା ଙ୍କୁ ଉଲଗ୍ନ କରି ଡାହାଣୀ ବୋଲି କହି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ସମୟରେ ଘର ମଧ୍ୟରୁ ରତ୍ନା ର ସ୍ଵାମୀ ସନୁ ଭତରା ନିଜ ସ୍ତ୍ରୀ କୁ ଆକ୍ରମଣକାରୀ ଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ବେଳେ ସନୁ ଭତରା ଙ୍କୁ ମଧ୍ୟ ଆକ୍ରମଣ କାରୀ ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ମାଡ ମାରିଥିଲେ। ଏହି ସମୟରେ ଅଞ୍ଚଳା ଗ୍ରାମ ର ଲାଲ ଧର କଲାର ଓ ଧନିରାମ କଲାର ମହିଳା ରତ୍ନା ଭତରା କୁ ଆକ୍ରମଣ କାରୀ ମାନଙ୍କ କବଳରୁ ଛଡାଇବା ପରିବର୍ତ୍ତେ ଡାହାଣୀ ର ଘରଦ୍ୱାର ଭାଙ୍ଗି ଦିଅ ଓ ମାଡ ମାର ବୋଲି ନିର୍ଦ୍ଦେଶ ଦେଇଥିଲେ।ଗୁରୁତର ଆହତ ହୋଇଥିବା ଅସହାୟ ରତ୍ନା ଭତରା ଓ ତା ସ୍ବାମୀ ସନୁ ଭତରା କୌଶଳ କ୍ରମେ ଆକ୍ରମଣକାରୀଙ୍କ କବଳରୁ ଖସି ଯାଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ରତ୍ନା ଭତରା ର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ବେଳେ ଉଭୟ ସ୍ବାମୀ ସ୍ତ୍ରୀ ନିଜ ଗ୍ରାମ ଅଞ୍ଚଳା ଯିବାକୁ ଭୟ କରୁଛନ୍ତି। ଏ ନେଇ ଆଜି ରତ୍ନା ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।